୧୩୭୫ଟି ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ପଦ ପୂରଣ ପାଇଁ ଗତ ଜାନୁଆରୀ ୩୧ରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ମାର୍ଚ୍ଚ ୨ ଶେଷ ତାରିଖ ରହିଥିଲା । ୫୦ଟି ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ଓ ୧୦୬ଟି ଅପଗ୍ରେଡେଟ ଉଚ୍ଚ ମାଧ୍ୟମିକ ସ୍କୁଲରେ ଗଣଶିକ୍ଷା ବିଭାଗ ଅଧିନରେ ଏହି ନିଯୁକ୍ତି ଦିଆଯିବ । ନିକଟରେ ଆବେଦନର ଅନ୍ତିମ ତାରିଖ ମ୍ରା୍ଚ ୧୮ ତାରିଖ ପର୍ଯ୍ୟନ୍ତି ବୃଦ୍ଧି ଘୋଷଣା କରାଯାଇଥିଲା ।ତେବେ ଏହା ମଧ୍ୟରେ ପିଜିଟି ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ପବ୍ଲିକ ଆଡମିନିଷ୍ଟ୍ରେସନରେ ଏମ.ଏ ରାଜନୀତି ବିଜ୍ଞାନର ଏମ.ଏ ସହିତ ସମାନ ହେବ । କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଆଚାର୍ଯ୍ୟ ସଂସ୍କୃତରେ ଏମ.ଏମ ସହିତ ସମାନ ହେବ । ସଂସ୍କୃତ ପାଇଁ ନୂଆ ସିଲାବସ୍ ଲାଗୁ ହେବ । ସମାନ ବିଷୟକୁ ନେଇ ସ୍ପଷ୍ଟ କରିବା ନେଇ ବିଭିନ୍ନ ଅନୁରୋଧ କରାଯିବା ପରେ ଓପିଏସସି ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟ ସମସ୍ତ ନିୟମ ପୂର୍ବ ବିଜ୍ଞପ୍ତି ଅନୁସାରେ ଅପରିବର୍ତ୍ତିତ ରହିବ ।ଏଥିରେ ମୋଟ ୧୩୭୫ଟି ପଦ ଖାଲି ଥିବା ବେଳେ ପ୍ରାର୍ଥୀଙ୍କୁ ୨୩ଟି ବିଷୟରେ ନିଯୁକ୍ତି ଦିଆଯିବ । ଆନଥ୍ରୋପୋଲୋଜି, ଉଦ୍ଭିଦ ବିଜ୍ଞାନ, କମର୍ସ, କେମିଷ୍ଟ୍ରି, ଏଜୁକେସନ, ଇଂରାଜୀ, ଅର୍ଥନୀତି, ଭୂଗୋଳ, ଭୂବିଜ୍ଞାନ, ହିନ୍ଦି, ଇତିହାସ, ହୋମ ସାଇନ୍ସ, ଲଜିକ / ଫିଲୋସଫି, ଓଡ଼ିଆ, ଗଣିତ, ଫିଜିକ୍ସ, ରାଜନୀତି ବିଜ୍ଞାନ, ମନୋବିଜ୍ଞାନ, ସଂସ୍କୃତି, ସାମାଜିକ ବିଜ୍ଞାନ, ପରିସଂଖ୍ୟାନ, ପ୍ରାଣୀ ବିଜ୍ଞାନ, ଉର୍ଦ୍ଦୁ ଆଦି ବିଷୟରେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ ।
Trending
- ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନିଜର ନୂଆ ଯୁବ ବାହିନୀ, ଇପ୍ସିତା ଓ ଚିନ୍ମୟଙ୍କୁ ମିଳିଲା ଗୁରୁଦାୟିତ୍ବ
- ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
Prev Post
Next Post