ଭାରତୀୟ ନୌସେନା ଅଗ୍ନିବୀର ଭର୍ତ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଭାରତୀୟ ନୌସେନା ଦ୍ୱାରା ଅଗ୍ନିବୀର (MR) – 02/2024 ବ୍ୟାଚ୍ ତଥା ଅଗ୍ନିବୀର(SSR) – 02/2024 ବ୍ୟାଚରେ ଭର୍ତ୍ତି ପାଇଁ ଆବେଦନ ପ୍ରକିୟା ଆରମ୍ଭ କରିଛି । ଆଜିଠାରୁ ଏହି ବିଭାଗ ପ୍ରତି ପ୍ରାର୍ଥୀ ଆବେଦନ କରିପାରିବେ ଆଶାୟୀ । ତେବେ ନୌସେନା ଅଗ୍ନିବୀର ଭର୍ତ୍ତି ୱେବସାଇଟର ଅଫିସିଆଲ ପୋର୍ଟାଲ agniveernavy.cdac.in ଜରିଆରେ ଇଚ୍ଛୁକ ପ୍ରାର୍ତୀମାନେ ଏଥିରେ ଆବେଦନ କରିପାରିବେ । ଆସନ୍ତା ମେ’ ୨୭ ତାରିଖ ଆବେଦନ ପାଇଁ ଶେଷ ତାରିଖ ରହିଛି ।ଭାରତୀୟ ନୌସେନା ଅଗ୍ନିବୀର(MR) ଯୋଜନାରେ ଭର୍ତ୍ତି ହେବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଯେକୌଣସି ମାନ୍ୟତାପ୍ରାପ୍ତ ବୋର୍ଡରେ ମାଟ୍ରିକ(10th) ପାସ୍ କରିଥିବା ଆବଶ୍ୟକ । ସେହିପରି ନୌସେନା ଅଗ୍ନିବୀର (SSR) ଭର୍ତ୍ତି ପାଇଁ ପ୍ରାର୍ଥୀଙ୍କୁ ସିନିୟର ସେକେଣ୍ଡାରୀ(12th) ପରୀକ୍ଷା ପାସ୍ କରିବା ଉଚିତ୍ । ଏହାବ୍ୟତୀତ ପ୍ରାର୍ଥୀଙ୍କ ବୟସ ୨୦୦୩ ନଭେମ୍ବର ୧ ସୁଦ୍ଧା ୩୦ ବର୍ଷରୁ କମ୍ ହେବା ଆବଶ୍ୟକ । ଭାରତୀୟ ନୌସେନାର ଅଗ୍ନିବୀର ଭର୍ତ୍ତି ପାଇଁ ୨ଟି ପର୍ଯ୍ୟାୟରେ ପ୍ରାର୍ଥୀ ଚୟନ କରାଯିବ । ପ୍ରଥମ ପର୍ଯ୍ୟାୟରେ ପ୍ରାାର୍ଥୀଙ୍କୁ ଅଗ୍ନିବୀର ନୌସେନା ପ୍ରବେଶିକା ପରୀକ୍ଷା(INET) ଦେବାକୁ ପଡ଼ିବ ।ଏହା ମୁଖ୍ୟତଃ ଅନଲାଇନ୍ ବା କମ୍ପ୍ୟୁଟର ଦ୍ୱାରା ଚାଳିତ ହୋଇପାରିବ । ଏହି ପରୀକ୍ଷାରେ ବିଶେଷ କରି ଇଂରାଜୀ, ଗଣିତ, ବିଜ୍ଞାନ ଏବଂ ସାଧାରଣ ଜ୍ଞାନରୁ ମୋଟ ୧୦୦ଟି ପ୍ରଶ୍ନ ରହିବ । ପ୍ରଥମ ପର୍ଯ୍ୟାୟ ପରୀକ୍ଷାରେ ପ୍ରଦର୍ଶନ ଆଦାରରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କୁ ଫିଜିକାଲ ଟେଷ୍ଟ ପାଇଁ ସୁଯୋଗ ମିଳିବ । ଲିଖିତ ପରୀକ୍ଷା ଏବଂ ମେଡିକାଲ ଟେଷ୍ଟ ପରୀକ୍ଷା ପାଇଁ ସେମାନଙ୍କୁ ସୁଯୋଗ ଦିଆଯିବ ।
Trending
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭାରତ ଗସ୍ତରେ ଆସିବେ ଆମେରିକା ଉପରାଷ୍ଟ୍ରପତି
- ଭାଷା ବିଭାଜନର କାରଣ ହେବା ଉଚିତ ନୁହେଁ
- ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି