ଭାରତୀୟ ନୌସେନା ଏହାର ଅଫିସିଆଲ ନୋଟିଫିକେସନ୍ ମାଧ୍ୟମରେ ୧୦+୨(ବିଟେକ୍) କ୍ୟାଡେଟ୍ ଏଣ୍ଟ୍ରି ଅନ୍ତର୍ଗତ ନିଯୁକ୍ତି ପାଇଁ ଆବେଦନ ଆହ୍ୱାନ କରିଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ joinindiannavy.gov.inକୁ ଯାଇ ଆବେଦନ କରିପାରିବେ । ସୁଦ୍ଧା ଅନଲାଇନ୍ ଆବେଦନ ଦାଖଲ କରିବାର ଶେଷ ତାରିଖ ହେଉଛି ୨୦୨୪, ଜୁଲାଇ ୧୮ ।ଭାରତୀୟ ନୌସେନାରେ କ୍ୟାଡେଟ୍ ଏଣ୍ଟ୍ରି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡ଼ରୁ ସିନିୟର ସେକେଣ୍ଡାରୀ ପରୀକ୍ଷା(୧୦+୨ ପାଟର୍ଣ୍ଣ) ବା ସମକକ୍ଷ ଯୋଗ୍ୟତା ରହିବା ଜରୁରୀ । ଏହା ସହ ପ୍ରାର୍ଥୀ ଜଣଙ୍କ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଏବଂ ଗଣିତରେ ୭୦% ମାର୍କ କିମ୍ବା ୧୦ମ/ଦ୍ୱାଦଶରେ ଇଂରାଜୀରେ ସର୍ବନିମ୍ନ ୫୦% ମାର୍କ ରଖିଥିବା ଉଚିତ । ପ୍ରାର୍ଥୀ ୨୦୦୫, ଜୁଲାଇ ୨ରୁ ୨୦୦୮ ଜାନୁଆରୀ ୮ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଉଚିତ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ