ଏପ୍ରିଲ ୨୯ ତାରିଖରୁ ମେ ୭ ପର୍ଯ୍ୟନ୍ତ ହେବାକୁ ଥିବା ପରୀକ୍ଷାର ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରାଯାଇଛି । ଏଥିସହିତ ନୂଆ ପରୀକ୍ଷା ସେଣ୍ଟରର ନାମ ଘୋଷଣା କରାଯାଇଛି । ଓଏସଏସଏସସି ପକ୍ଷରୁ ଏ ବାବଦରେ ସୂଚନା ଜାରି କରାଯାଇଛି ।ଏହି ସମସ୍ତ ପଦ ପାଇଁ ପୂର୍ବରୁ ‘ଇଗଲୋବେଟେକ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ପ୍ରଥମ ମହଲା, ଇନଫୋସିଟି, ପଟିଆ ଭୁବନେଶ୍ୱର, ଓଡ଼ିଶା, ୭୫୧୦୧୪’ ପରୀକ୍ଷା କେନ୍ଦ୍ରରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ଏବେ ଉକ୍ତ ପରୀକ୍ଷା ‘କୋସି କ୍ୟାମ୍ପସ, କ୍ୟାମ୍ପସ-୬, ଦ୍ୱିତୀୟ ମହଲା, କମ୍ପ୍ୟୁଟର ଲାବ୍, କିଟ ୟୁନିଭରସିଟି, ଭୁବନେଶ୍ୱର, ଓଡ଼ିଶା- ୭୫୧୦୨୪’ କେନ୍ଦ୍ରରେ ଅନୁଷ୍ଠିତ ହେବ । ତେଣୁ ପ୍ରାର୍ଥୀମାନେ ଆୟୋଗଙ୍କ ୱେବସାଇଟକୁ ଯାଇ ରିଭାଇଜଡ୍ ଆଡମିସନ ଲେଟର ଡାଉନଲୋଡ୍ କରିବାକୁ କୁହାଯାଇଛି । ଏ ବାବଦରେ ପ୍ରାର୍ଥୀଙ୍କୁ ସେମାନଙ୍କର ପଞ୍ଜିକୃତ ଇ-ମେଲ ଆଇଡି ଓ ମୋବାଇଲ ନମ୍ବରକୁ ଇ-ମେଲ/ ଏସଏମଏସ ପଠାଯାଇଛି । ଯେଉଁ ପ୍ରାର୍ଥୀମାନେ ରିଭାଇଜଡ୍ ଆଡମିସନ ଲେଟର ଡାଉନଲୋଡ୍ କରିପାରିବେ ନାହିଁ ସେମାନେ ପୁରୁଣା ଆଡମିସନ ଲେଟର ନେଇ ପରୀକ୍ଷା କେନ୍ଦ୍ରକୁ ଯାଇ ପାରିବେ ।
Trending
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Prev Post