NEET PG ପରୀକ୍ଷଣର କାର୍ଯ୍ୟସୂଚୀ ପୂର୍ବରୁ ଥରେ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ଏହାପୂର୍ବରୁ ମାର୍ଚ୍ଚ ୩ରେ NEET PG 2024 ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏହାକୁ ଜୁଲାଇ ୭, ୨୦୨୪କୁ ଘୁଞ୍ଚାଯାଇଥିଲା। ତେବେ ବର୍ତ୍ତମାନ ଲୋକ ସଭା ନିର୍ବାଚନ ହେତୁ ଏହାର ତାରିଖ ପୁଣି ଥରେ ପରିବର୍ତ୍ତନ କରାଯାଇଛି।ସର୍ବଶେଷ ଅଦ୍ୟତନ ଅନୁଯାୟୀ, NEET PG 2024 ପରୀକ୍ଷା ତାରିଖ ମେ ୫ ରୁ ଜୁନ୍ ୨୩ ପର୍ଯ୍ୟନ୍ତ ସଂଶୋଧିତ ହୋଇଛି। ସେହିପରି କମିଶନ NEET PG 2023 ଫଳାଫଳ ତାରିଖ ଏବଂ NEET PG 2024 କାଉନସେଲିଂ କାର୍ଯ୍ୟସୂଚୀ ମଧ୍ୟ ପରିବର୍ତ୍ତନ କରିଛନ୍ତି। ଏନେଇ ଜାତୀୟ ମେଡିକାଲ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ଜାତୀୟ ମେଡିକାଲ କମିଶନଙ୍କ ଦ୍ୱାରା ଜାରି ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, NEET PG ପାଇଁ ଇଣ୍ଟର୍ନସିପ ସମାପ୍ତ କରିବାର କଟ ଅଫ ତାରିଖ ଅପରିବର୍ତ୍ତିତ ରହିବ। ଏହି ତାରିଖ ୧୫ ଅଗଷ୍ଟ ଅଟେ। ଅପରପକ୍ଷେ ଜୁଲାଇ ୧୫ରେ ପରୀକ୍ଷା ଫଳାଫଳ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି। ସେପ୍ଟେମ୍ବର ୧୬ରୁ ଏକାଡେମିକ ଅଧିବେଶନ ଆରମ୍ଭ ହେବ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post