ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ନବୀକରଣ (ଡିଓଡବ୍ଲ୍ୟୁଆର୍, ଆର୍ଡି, ଜିଆର୍) ବିଭାଗ ପକ୍ଷରୁ ଗଣ ଯୋଗାଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ନାତକ/ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ କିମ୍ବା ଭାରତରେ ଗଣ ଯୋଗାଯୋଗ କ୍ଷେତ୍ରରେ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ/ସଂସ୍ଥାଗୁଡିକରେ ନାମଲେଖାଇଥିବା ଗବେଷଣା ଛାତ୍ରଛାତ୍ରୀମାନଙ୍କୁ ଇନ୍ଟର୍ଣ୍ଣ ଭାବେ ନିୟୋଜିତ କରିବାକୁ ଆହ୍ୱାନ ଦିଆଯାଇଛି ।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜରିଆରେ ମନୋନୀତ ପ୍ରାର୍ଥମାନଙ୍କୁ ଗଣମାଧ୍ୟମ/ସାମାଜିକ ଗଣମାଧ୍ୟମ ଗତିବିଧି ସମ୍ପର୍କିତ ବିଭାଗର ବିଭିନ୍ନ କାର୍ଯ୍ୟ ସହିତ ଜଡିତ କରାଯାଇ ସ୍ୱଳ୍ପକାଳୀନ ଅନୁଭବ ପ୍ରଦାନ କରାଯିବ । ଯେଉଁ ଛାତ୍ରଛାତ୍ରୀମାନେ ଗଣ ଯୋଗାଯୋଗ କିମ୍ବା ସାମ୍ବାଦିକତା ତଥା ଆନୁଷଙ୍ଗିକ କ୍ଷେତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ ଅଥବା ଯେଉଁ ଛାତ୍ରଛାତ୍ରୀମାନେ କୌଣସି ସ୍ୱୀକୃତିପ୍ରାପ୍ତ କଲେଜ/ବିଶ୍ୱବିଦ୍ୟାଳୟରେ ଉପରୋକ୍ତ କ୍ଷେତ୍ରରେ ସ୍ନାତକୋତ୍ତର କିମ୍ବା ଡିପ୍ଲୋମା କରୁଛନ୍ତି (ଗଣ ଯୋଗାଯୋଗ ତଥା ଏହି ସମ୍ପର୍କିତ କ୍ଷେତ୍ରରେ ସ୍ନାତକ ସମ୍ପୂର୍ଣ୍ଣ କରିବାକୁ ଅଛନ୍ତି) ସେମାନେ ଏଥିପାଇଁ ଯୋଗ୍ୟ, ତେବେ ନିୟମାବଳୀରେ ଉଲ୍ଲେଖ କରାଯାଇଥିବା ସତ୍ତାବଳୀ ଆଧାରରେ ।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଅବଧି ୬ରୁ ୯ ମାସ ରହିବ । ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସଫଳତାର ସହିତ ସମ୍ପୂର୍ଣ୍ଣ କରିଥିବା ମନୋନୀତ ପ୍ରାର୍ଥୀମାନଙ୍କୁ ମାସିକ ୧୫୦୦୦ ଟଙ୍କା ଏବଂ ସାର୍ଟିଫିକେଟ୍ ପ୍ରଦାନ କରାଯିବ । ଆବେଦନ କରିବାର ଶେଷ ତାରିଖ ହେଉଛି ୨୯ ଜୁନ୍ ୨୦୨୪ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Next Post