ଅନେକ ସମୟରେ ଗୋଟିଏ ଦିନରେ ଦୁଇଟି ପରୀକ୍ଷା ନେଇ ଘୋଷଣା କରାଯାଇଥାଏ । ଫଳରେ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏପରିକି କିଛି ପ୍ରାର୍ଥୀ କେଉଁ ପରୀକ୍ଷା ଦେବେ ଓ କେଉଁ ପରୀକ୍ଷା ଦେବେନି ସେନେଇ ଚିନ୍ତାରେ ପଡ଼ିଯାଇଥାନ୍ତି । ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଓ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ପରୀକ୍ଷା ସମାନ ଦିନରେ ପଡ଼ିବା କାରଣରୁ ଅନେକ ସମୟରେ ଏହି ପରୀକ୍ଷା ତାରିଖ ଘୁଞ୍ଚାଇବା ନିଷ୍ପତ୍ତି ନିଆଯାଇଥିଲା ।ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଜୁନ ୨୩ରେ ହେବାକୁ ଯାଉଛି ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟର (ଇଗ୍ନୋ)ର ଜର୍ଣ୍ଣାଲିଜିମ ପାଠ୍ୟକ୍ରମ ସମେତ କିଛି ବିଷୟର ପରୀକ୍ଷା । ଜୁନ ୧୮ରେ ହେବାକୁ ଥିବା ବିଷୟଗୁଡ଼ିକର ପରୀକ୍ଷା ୨୩ରେ ହେବା ନେଇ ଇଗ୍ନୋ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ଜୁନ୍ ୨୩ରେ ହେବାକୁ ଯାଉଛି । ଓଏସଏସସିର ମିଳିତ ସ୍ନାତକ ସ୍ତରୀୟ ପରୀକ୍ଷା-୨୦୨୩ର ପ୍ରିଲିମିନାରୀ ପରୀକ୍ଷା ।ତେଣୁ ସମାନ ଦିନରେ ଛାତ୍ରଛାତ୍ରୀମାନେ କିପରି ପରୀକ୍ଷା ଦେବେ ସେନେଇ ଏବେ ସେମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି । ସାଧାରଣ ଭାବେ ବଡ଼ ବଡ଼ ପଦ ପାଇଁ ପରୀକ୍ଷା ହେଉଥିବା ବେଳେ ଅନେକ ଚର୍ଚ୍ଚା, ଦାବି ହୋଇଥାଏ । ମାତ୍ର ଇଗ୍ନୋରେ ଡିଷ୍ଟାନ୍ନ ମୋଡ଼ରେ ପ୍ରାର୍ଥୀମାନେ ଅଧ୍ୟୟନ କରୁଥିବାରୁ ଏହା ଉପରେ କାହାର ନଜର ନାହିଁ ।
Trending
- ବଢିଲା ବିଜେଡି ନେତାଙ୍କ ଅଡୁଆ, ପ୍ରୀତିରଞ୍ଜନ ଘଡେଇ ଙ୍କ ନାଁରେ ଏତଲା
- ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ ଝଟକା
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
Next Post