ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରୁରକୀ ପକ୍ଷରୁ ଇଞ୍ଜିନିୟରିଂ କୋର୍ସରେ ଆଡମିସନ ପାଇଁ ଗ୍ରାଜୁଏଟ୍ ଆପ୍ଟିଟ୍ୟୁଡ୍ ଟେଷ୍ଟ ଇନ୍ ଇଞ୍ଜିନିୟରିଂ (ଗେଟ) ୨୦୨୫ର ତାରିଖ ଘୋଷଣା କରାଯାଇଛି । ଶିଡ୍ୟୁଲ ଅନୁସାରେ ୨୦୨୫ର ଗେଟ ପରୀକ୍ଷା ଫେବୃଆରୀ ମାସର ୧, ୨, ୫ ଓ ୧୬ ତାରିଖରେ ଆୟୋଜିତ ହେବ । ସକାଳ ଓ ଦ୍ୱିପ୍ରହର ସମୟରେ ଦୁଇଟି ଶିଫ୍ଟରେ ଏହି ପରୀକ୍ଷା ହେବ । ଅଗଷ୍ଟ ମାସ ଶେଷ ସପ୍ତାହରେ ଆବେଦନ ପୋର୍ଟାଲ ଖୋଲିବାର ସମ୍ଭାବନା ରହିଛି । ଗେଟ ୨୦୨୫ ବାବଦରେ ଅଧିକ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ https://gate2025.iitr.ac.in/ କୁ ପରିଦର୍ଶନ କରିପାରିବେ । ଗେଟ୍ ୨୦୨୫ ପରୀକ୍ଷା କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ଜରିଆରେ ଆୟୋଜିତ କରାଯିବ । ଏଥିରେ ମୋଟ ୩୦ଟି ଟେଷ୍ଟ ପେର ରହିବ ଓ ସମସ୍ତ୍ ପେପର ଇଂରାଜୀରେ ରହିବ । ରେଜଲ୍ଟ ଘୋଷଣା ହେବାର ୩ ବର୍ଷ ପର୍ଯ୍ୟନ୍ତ ଗେଟ୍ ସ୍କୋର ବୈଧ ରହିଥାଏ ।
Trending
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- 7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
- 6 ବର୍ଷରେ ପ୍ରାୟ 17 କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
- ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ – ଅମିତ ଶାହ
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
Prev Post