ରାଜ୍ୟର ବିଭିନ୍ନ ଜିଲ୍ଲା କ୍ୟାଡରରେ ନିଯୁକ୍ତି ପାଇବାକୁ ଥିବା ୨୬୨୯ ଶିକ୍ଷକ ପଦର ଅନଲାଇନ୍ ଆପ୍ଲିକେସନକୁ ନେଇ ଆସିଛି ଏକ ବଡ଼ ଖବର । ଅନଲାଇନ୍ ଆବେଦନ ପାଇଁ ପୂର୍ବରୁ ସ୍ଥିର ହୋଇଥିବା ତାରିଖ ପରିବର୍ତ୍ତନ କରାଯାଇଛି । ଏପ୍ରିଲ ମାସ ପହିଲାରୁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ୨୫ରେ ସମାପ୍ତ ହେବା ଓ ଏପ୍ରିଲ ୩୦ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ୍ ସବମିସନ୍ ପାଇଁ ତାରିଖ ରହିଥିଲା । ତେବେ ନୂଆ ଶିଡ୍ୟୁଲ ନେଇ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଓଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚିତ କରାଯାଇଛି ନୂଆ ଶିଡ୍ୟୁଲ ମୁତାବକ, ମେ ୧ ତାରିଖରୁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ମେ ୨୫ ତାରିଖରେ ସରିବ । ସେହିପରି ମେ ୩୧ ଅନଲାଇନ୍ ସବମିସନର ଶେଷ ତାରିଖ ରହିଛି । ଅନ୍ୟ ସମସ୍ତ ନିୟମ ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଅପରିବର୍ତ୍ତିତ ରହିବ ବୋଲି କୁହାଯାଇଛି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବିଭାଗ ଅଧିନରେ ସରକାରୀ ସ୍କୁଲମାନଙ୍କରେ ବିଭିନ୍ନ ବର୍ଗରେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଟିଜିଟି (କଳା), ଟିଜିଟି (ବିଜ୍ଞାନ-ପିସିଏମ), ଟିଜିଟି (ବିଜ୍ଞାନ-ସିବିଜେଡ), ସଂସ୍କୃତ, ହିନ୍ଦି, ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି), ଜନଜାତି ଭାଷା ଶିକ୍ଷକ ଓ ସେବକ/ ସେବିକାଙ୍କୁ ନିଯୁକ୍ତି ଦିଆଯିବ ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post