କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି

ନୂଆବର୍ଷ ପୂର୍ବରୁ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନେକ ପଦରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ୨୯ ପ୍ରକାର ପଦରେ ନିଯୁକ୍ତି ଦିଆଯିବ । ସିଷ୍ଟମ ଆନାଲିଷ୍ଟ, ହିନ୍ଦି ଅଫିସର, କନିଷ୍ଠ ବିଭାଗ କିରାଣୀ (ଏଲଡିସି), ବରିଷ୍ଠ ବିଭାଗ କିରାଣୀ (ୟୁଡିସି), ଅନୁବାଦକ, ଫାର୍ମାସିଷ୍ଟ, ସୁରକ୍ଷା ଅଫିସର, ସେକ୍ସନ ଅଫିସର, ସୁରକ୍ଷା ଇନ୍ସପେକ୍ଟର, ଟେକ୍ନିକାଲ ଆସିଷ୍ଟାଣ୍ଟ, ଡ୍ରାଇଭ, ରୋଷେୟା, ଲାଇବ୍ରେରୀ ଆଟେଣ୍ଡାଣ୍ଟ, ଏମଟିସି ଆଦି ବିଭିନ୍ନ ପ୍ରକାର ପଦରେ ନିଯୁକ୍ତି ଦିଆଯିବ ।ସମସ୍ତ ପୋଷ୍ଟ ପାଇଁ ପଦ ସଂଖ୍ୟା, ଶିକ୍ଷାଗତ ଯୋଗ୍ୟତା, ବୟସ ଯୋଗ୍ୟତା ଓ ଦରମା ହାର ଅଲଗା ଅଲଗା ରହିଛି । ଫାର୍ମାସିଷ୍ଟ ପାଇଁ ବୟସ ୩୨ ବର୍ଷ ରହିଥିବା ବେଳେ ଶିକ୍ଷାଗତ ଯୋଗ୍ୟତା ଫାର୍ମାସୀରେ ବ୍ୟାଚେଲର ଡିଗ୍ରୀ ରହିଛି । ସେହିପରି ପରିସଂଖ୍ୟାନ ସହାୟକ ପଦ ପାଇଁ ବୟସ ୩୨ ବର୍ଷ ରହିଥିବା ବେଳେ ଶିକ୍ଷାଗତ ଯୋଗ୍ୟତା ପରିସଂଖ୍ୟାନରେ ସ୍ନାତକ ରହିଛି । ୟୁଡିସି ପଦ ପାଇଁ ପ୍ରାର୍ଥୀ ଯେ କୌଣସି ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ କରିବା ସହିତ ଏଲଡିସି ଭାବେ ଯେ କୌଣସି ସରକାରୀ ସଂସ୍ଥାରେ ଅତିକମରେ ୩ ବର୍ଷ କାର୍ଯ୍ୟ କରିଥିବେ ।