ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କପି ହେଉଥିବା ଅଭିଯୋଗ ହେଉଛି । ଏହା ମଧ୍ୟ ସିସିଟିଭି କ୍ୟାମେରାରେ ଧରାପଡୁଛି । କେନ୍ଦୁଝରରେ ଏଆଇ କ୍ୟାମେରା କପି ଧରିଛି । ଜିଲା ଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ରର ୬ ଅଧୀକ୍ଷକ ଓ ପର୍ଯ୍ୟବେକ୍ଷକଙ୍କୁ ବଦଳି କରାଯାଇଛି। ଜିଲା ଶିକ୍ଷା ଅଧିକାରୀ ଗୌରୀରାଣୀ ନାୟକ ଚିଠି (ନଂ. ୨୧୧୨/୨୨ ଜାନୁଆରୀ ୨୦୨୪) ଯୋଗେ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ଦିନ ସାହିତ୍ୟ ପରୀକ୍ଷାରେ ସରକାରୀ ଉଚ୍ଚ ବିଦ୍ୟାଳୟ ସାହାରପଡ଼ା ପରୀକ୍ଷା କେନ୍ଦ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) କ୍ୟାମେରାରେ ପରୀକ୍ଷା କେନ୍ଦ୍ରରେ ତ୍ରୁଟି ଧରାପଡ଼ିଥିଲା। ଜଣେ ଛାତ୍ରୀ କପି ନେବା ଜଣାପଡ଼ିବା ପରେ ବୋର୍ଡ ପକ୍ଷରୁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ସ୍ବର୍ଣ୍ଣଲତା ସାହୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ରାଇଡ଼ିହା ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଏକଙ୍କୁ କେନ୍ଦ୍ର ଅଧୀକ୍ଷକ ଦାୟିତ୍ୱ ଦିଆଯାଇଛି। ସେହିପରି ପରୀକ୍ଷା କେନ୍ଦ୍ରରେ ଅନିୟମିତତା ଏବଂ ସୁପରିଚାଳନା ହେଉ ନ ଥିବାରୁ ଏନ୍କେ ହାଇସ୍କୁଲ, ବାରାହାଟିପୁରା ପର୍ଯ୍ୟବେକ୍ଷକଙ୍କୁ ବଦଳି କରାଯାଇ ହଳଧରପୁର ସ୍କୁଲର କୁଅଁର ସିଂ ମୁଣ୍ଡା, ଘଟଗାଁ ତାରିଣୀ ହାଇସ୍କୁଲର କେନ୍ଦ୍ର ଅଧୀକ୍ଷକଙ୍କୁ ବଦଳି କରାଯାଇ ଏନ୍କେ ହାଇସ୍କୁଲ ବାରାହାଟିପରା ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି। ଦେହୁରୀପଶି ଏସ୍ଏସ୍ଟି ହାଇସ୍କୁଲର ଅବଜରଭରଙ୍କୁ ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ ଘଟଗାଁ ତାରିଣୀ ହାଇସ୍କୁଲର ସହକାରୀ ଶିକ୍ଷକ ପ୍ରଫୁଲ୍ଲ କୁମାର ପ୍ରଧାନଙ୍କୁ ଦାୟିତ୍ୱ ଦିଆଯାଇଛି। ଏମ୍ସି ବିଦ୍ୟାପୀଠ ନନ୍ଦିପଦା କେନ୍ଦ୍ର ଅଧୀକ୍ଷକଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଜୟକୃଷ୍ଣ ମିଶ୍ରଙ୍କୁ କେନ୍ଦ୍ର ଅଧୀକ୍ଷକ ଦାୟିତ୍ୱ ଦିଆଯାଇଛି। ଜେପି ଦାସ ବିଦ୍ୟାମନ୍ଦିର, ବଡ଼ରମ୍ପାସର ଅବଜରଭରଙ୍କୁ ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ ଏମ୍ସି ବିଦ୍ୟାପୀଠ ନନ୍ଦିପଦାର ସହକାରୀ ଶିକ୍ଷକ ଅନିରୁଦ୍ଧ ସେଠୀଙ୍କୁ ଦାୟିତ୍ୱ ଦିଆଯାଇଛି।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା