ଚଳିତ ବର୍ଷ ଶେଷସୁଦ୍ଧା ପାଖାପାଖି ୧ ଲକ୍ଷ ୩୦ ହଜାର ପଦ ଖାଲି ପଡ଼ିବ । ସେହି ପଦବୀଗୁଡ଼ିକରେ ନିଯୁକ୍ତି ଦେବା ଲାଗି ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡ଼ିଛି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ରାଜସ୍ୱ, ଗୃହ ଏବଂ ପଞ୍ଚାୟତିରାଜ ବିଭାଗରେ ଅଧିକ ସଂଖ୍ୟାରେ ପଦ ଖାଲି ପଡ଼ିଛି । ସାଧାରଣ ପ୍ରଶାସନ ବିଭାଗ ସୂଚନା ଅନୁସାରେ ଚଳିତ ବର୍ଷ ଜୁଲାଇ ମାସ ସୁଦ୍ଧା ବିଭିନ୍ନ ବିଭାଗରେ ପ୍ରାୟ ୧ ଲକ୍ଷ ୧୯ ହଜାର ପଦ ଖାଲି ପଡ଼ିଥିଲା । ସେଥିମଧ୍ୟରୁ ୫୦ ହଜାରରୁ ଅଧିକ ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।ତେବେ ୨୦ ହଜାର କନିଷ୍ଠଙ୍କ ଶିକ୍ଷକଙ୍କ ନିଯୁକ୍ତି ନେଇ ଗତ ମାସ ୧୧ ତାରିଖରେ ଓଡ଼ିଶା ବିଦ୍ୟାଳୟ ଓ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାପରେ ସେପ୍ଟେମ୍ବର ୧୩ ତାରିଖରୁ ଅନଲାଇନରେ ଆବେଦନ ଆରମ୍ଭ ହୋଇଥିଲା । ତେବେ ଉକ୍ତ ଆବେଦନର ଅନ୍ତିମ ତାରିଖ ଆସନ୍ତା ୧୦ ପର୍ଯ୍ୟନ୍ତ ରହିଛି । ଓସେପା ଏହି ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରିବ । ଏନେଇ ଗତ ଅଗଷ୍ଟ ମାସରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ସୁପାରିଶ କରାଯିବା ସହିତ ଗେଜେଟ୍ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା । ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଏହି ନିଯୁକ୍ତି ପ୍ରକ୍ରିୟା ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ନିଯୁକ୍ତି ସମ୍ପର୍କିତ ସମସ୍ତ ସୂଚନା ଓସେପା ୱେବସାଇଟରେ ଜାରି କରାଯିବ । ଅନଲାଇନ କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଡି) ମୋଡ଼ରେ ଏହି ନିଯୁକ୍ତି ପରୀକ୍ଷା କରାଯିବ ।ସେହିପରି ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସଏସସି) ତରଫରୁ ୨୭୫୩ଟି ଖାଲି ପଦ ପାଇଁ ଗତ ମେ ମାସରେ ଆବେଦନ ପ୍ରକ୍ରିୟା ସମାପ୍ତ ହୋଇଥିଲା । ତେବେ ଏହା ମଧ୍ୟରେ ଆୟୋଗ ପୁଣି ଥରେ ଉକ୍ତ ପଦ ପାଇଁ ଆବେଦନ ତାରିଖ ବୃଦ୍ଧି କରିଛନ୍ତି । ଯୋଗ୍ୟ ପ୍ରାର୍ଥୀଙ୍କୁ ମଲ୍ଟି ପରପୋଜ ହେଲଥ ୱାର୍କର (ଏମପିଏଚଡବ୍ଲ୍ୟୁ) ମହିଳା ଷ୍ଟାଫ ନର୍ସ ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସ ୩୨ ବର୍ଷ ହୋଇଥିବା ଆବଶ୍ୟକ । ୨୦୨୨ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ହିସାବକୁ ନିଆଯିବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି) ଓ ମହିଳା ପ୍ରାର୍ଥୀଙ୍କ କ୍ଷେତ୍ରରେ ୫ ବର୍ଷର ବୟସ କୋହଳ କରାଯିବ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post