ଓଏସଏସସି ଦ୍ୱାରା ପରିଚାଳିତ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ (ଜେଏଫଟିଏ) ପଦକୁ ନେଇ ଆସିଛି ଏକ ବଡ଼ ଖବର । ସିଏଚଏସଏଲ (ଯୁକ୍ତଦୁଇ) ନିଯୁକ୍ତି ପରୀକ୍ଷା ୨୦୨୪ ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଆସନ୍ତା ୧୩ ତାରିଖରେ ଏହି ପଦ ପାଇଁ ମୁଖ୍ୟ ପରୀକ୍ଷା ହେବାକୁ ଥିବା ବେଳେ ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୧୩୯ ଜଣ ପ୍ରାର୍ଥୀ ସିଧାସଳଖ ମୁଖ୍ୟ ପରୀକ୍ଷା ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି ।ତେବେ ଏହା ମଧ୍ୟରେ ଜେଏଫଟିଏ ପଦକୁ ନେଇ ଓଏସଏସସି ପକ୍ଷରୁ ଆସିଛି ଏକ ବଡ଼ ଅପଡେଟ୍ । ଯେଉଁ ପ୍ରାର୍ଥୀମାନେ ଯୁକ୍ତଦୁଇ ଧନ୍ଦାମୂଳକ (ମତ୍ସ୍ୟ) ଡିଗ୍ରୀ ହାସଲ କରିଥିବେ ସେମାନେ ଏହି ପଦ ପାଇଁ ସିଧାସଳଖ ମୁଖ୍ୟ ପରୀକ୍ଷା ନିମନ୍ତେ ଯୋଗ୍ୟତା ଅର୍ଜନ କରିବେ । ଏହି ପଦ ପାଇଁ ଆବେଦନ କରିଥିବା କିଛି ପ୍ରାର୍ଥୀଙ୍କର ଯୁକ୍ତଦୁଇ ଧନ୍ଦାମୂଳକ (ମତ୍ସ୍ୟ) ଡିଗ୍ରୀ ଥାଇ ସେମାନେ ଲେଫ୍ଟ ଆଉଟ୍ ହୋଇଯାଇଥିବା ଜଣାପଡ଼ିଛି । ତେଣୁ ଏହି ପ୍ରାଥୀମାନେ ସେପ୍ଟେମ୍ବର ୩ ତାରିଖ ସୁଦ୍ଧା ନିଜର ପ୍ରମାଣପତ୍ର ସହ ଇ-ମେଲ୍ କରିବାକୁ କୁହାଯାଇଛି । ସେହି ଅନୁସାରେ ପ୍ରାର୍ଥୀଙ୍କର ଆଡମିଟ୍ କାର୍ଡ ଜାରି କରାଯିବ ବୋଲି କୁହାଯାଇଛି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post