ଆପଣ UPSC ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । UPSC ଏହାର ଆସିଷ୍ଟାଣ୍ଟ ମାଇନିଂ ଇଂଜିନିୟର ପାଇଁ ନିଯୁକ୍ତି ଘୋଷଣା କରିଛି । ଆସିଷ୍ଟାଣ୍ଟ ମାଇନିଂ ଇଂଜିନିୟରର ୭ଟି ପଦବୀ ପୂରଣ କରିବା ପାଇଁ UPSC ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆହ୍ୱାନ କରିଛି । ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ upsc.gov.in/ upsconline.nic.in କୁ ଯାଇ ଆବେଦନ କରିପାରିବେ । ଅନଲାଇନ୍ ମାଧ୍ୟମରେ ଆବେଦନ କରିବାର ଶେଷ ତାରିଖ ହେଉଛି ମେ ୩୦ ତାରିଖ ।ୟୁନିୟନ ପବ୍ଲିକ ସର୍ଭିସ କମିଶନ(UPSC)ର ଅଫିସିଆଲ ନୋଟିଫିକେସନ ଅନୁଯାୟୀ ଆସିଷ୍ଟାଣ୍ଟ ମାଇନିଂ ପଦବୀ ପାଇଁ ପ୍ରାର୍ଥୀଙ୍କ ପାଖରେ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଇଂଜିନିୟରିଂରେ ସ୍ନାତକୋତ୍ତର କିମ୍ବା ଟେକ୍ନୋଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ରହିବା ଆବଶ୍ୟକ । ଏହା ବ୍ୟତୀତ ମେଟାଲିଫେରସ୍(ଅଣ କୋଇଲା) ଖଣିରେ ସୁପରଭାଇଜର ପଦବୀରେ ମୂଳ ଖଣି କାର୍ଯ୍ୟାକଳାପରେ ୨ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ । ଯେଉଁଥିରେ ସ୍ନାତକ/ମ୍ୟାନେଜମେଣ୍ଟ/ଜୁନିୟର ଟ୍ରେନି ଇଂଜିନିୟର ଅବଧି ଅନ୍ତର୍ଭୁକ୍ତ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Next Post