ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆଇଡିବିଆଇ) ପକ୍ଷରୁ ୫୦୦ଟି ପଦ ପୂରଣ ପାଇଁ ନୋଟିଫିକେସନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ଜୁନିୟର ଆସିଷ୍ଟାଣ୍ଟ ମ୍ୟାନେଜର ଗ୍ରେଡ-ଓ ପଦରେ ନିଯୁକ୍ତି ଦିଆଯିବ । ସବୁଠାରୁ ବଡ଼ କଥା ହେଉଛି ଏହି ପଦରେ ପ୍ରାର୍ଥୀମାନେ ମାତ୍ର ୨ ମାସର ଇଣ୍ଟର୍ଣ୍ଣଶିପ କରିବା ପରେ ମାସିକ ୫୩ ହଜାର ବେତନ ପାଇପାରିବେ ।
ଏହି ପଦ ପାଇଁ ଆସନ୍ତା ୧୨ ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ୨୬ ତାରିଖରେ ସମାପ୍ତ ହେବ । ପେମେଣ୍ଟ ଦାଖଲର ଅନ୍ତିମ ତାରିଖ ୨୬ ତାରିଖ ରହିଛି । ମାର୍ଚ୍ଚ ମାସ ୧୭ ତାରିଖରେ ଅନଲାଇନ୍ ପରୀକ୍ଷାର ସମ୍ଭାବ୍ୟ ତାରିଖ ରହିଛି । ଚଳିତ ବର୍ଷ ଜାନୁଆରୀ ମାସ ୩୧ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୦ ଓ ସର୍ବାଧିକ ବୟସ ୨୫ ବର୍ଷ ରହିଛି । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ ।ଓଡ଼ିଶାର ଭୁବନେଶ୍ୱର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଆୟୋଜିତ ହେବ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ପାସ୍ କରିଥିବେ । ଏଥିସହିତ ପ୍ରାର୍ଥୀ କମ୍ପ୍ୟୁଟର ଜାଣିବା ସହିତ ଆଞ୍ଚଳିକ ଭାଷାରେ ଦକ୍ଷତା ରହିଥିବା ଆବଶ୍ୟକ । ୨ ଘଣ୍ଟା ମଧ୍ୟରେ ମୋଟ ୨୦୦ ମାର୍କର ପରୀକ୍ଷା ହେବ । ଟ୍ରେନିଂ ୨ ମାସ ଅବଧିରେ ପ୍ରାର୍ଥୀଙ୍କୁ ମାସିକ ୫ ହଜାର ଓ ୨ ମାସର ଇଣ୍ଟର୍ଣ୍ଣଶିପ୍ ସମୟରେ ମାସିକ ୧୫ ହଜାର ଟଙ୍କା ବେତନ ପ୍ରଦାନ କରାଯିବ ।