ନଭେମ୍ବର ମାସ ପହିଲାରୁ ୫ ତାରିଖ ପର୍ଯ୍ୟନ୍ତ ୧୦ଟି ଉପକୂଳ ଜିଲ୍ଲାରେ ଅଗ୍ନିପଥ ସେନା ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ସେହି ଜିଲ୍ଲାଗୁଡ଼ିକ ହେଉଛି କଟକ, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ବାଲେଶ୍ୱର, ଖୋର୍ଦ୍ଧା, ଯାଜପୁର, ପୁରୀ ଓ ଭଦ୍ରକ । ତାଲିକାଭୁକ୍ତ ପ୍ରାର୍ଥୀମାନଙ୍କ ପାଇଁ ବାଲେଶ୍ୱର ରିଜର୍ଭ ପୁଲିସ ଲାଇନ୍ ପଡ଼ିଆ ଠାରେ ସେନା ନିଯୁକ୍ତି ରାଲି ଅନୁଷ୍ଠିତ ହେବ ।ଅନଲାଇନ ସାଧାରଣ ପ୍ରବେଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ଏହି ନିଯୁକ୍ତି ମେଳାରେ ଭାଗ ନେଇ ନିଜର ଶାରୀରିକ ସ୍ୱାସ୍ଥ୍ୟ ପରୀକ୍ଷଣ ଏବଂ ମେଡିକାଲ ପରୀକ୍ଷଣ କରାଇପାରିବେ । ଅନଲାଇନ୍ ସାଧାରଣ ପ୍ରବେଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ସେମାନଙ୍କର ପଞ୍ଜୀକୃତ ଇ-ମେଲ୍ ଜରିଆରେ ଆଡମିଟ୍ କାର୍ଡ ପଠାଇ ଦିଆଯାଇଛି ।ପ୍ରାର୍ଥୀମାନେ ଭାରତୀୟ ସେନାର ୱେବସାଇଟ୍ www.joinindianarmy.nic.in କୁ ଲଗଇନ୍ କରି ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।
Trending
- ୮ଶହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବେ ରାଜ୍ୟ ସରକାର
- ଚଳନ୍ତା ଆମ ବସ୍ରେ ଲାଗିଲା ନିଆଁ
- ଲଗାତାର ୩୦ ଦିନ ଧରି ଗିରଫ ହେବା ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ପଦ ହରାଇପାରନ୍ତି
- ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ
- ନବୀନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
- ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମାରିଥିଲେ ଚାପୁଡ଼ା
- କୋଟା-ବୁନ୍ଦି ଠାରେ ଆନୁମାନିକ ୧୫୦୭ କୋଟି ଟଙ୍କା ବ୍ୟୟରେ ଗ୍ରିନ୍ ଫିଲ୍ଡ ବିମାନ ବନ୍ଦର
- ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା
- କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ
- ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି
Next Post