ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଯୋଗୁ ଅନ୍ତର୍ଜାତୀୟ ବଜାରର ବ୍ରେଣ୍ଟ୍ କ୍ରୁଡ୍ ଦାମ୍ ଆଜି ବ୍ୟାରେଲ ପିଛା ୧.୫୨ ଡଲାର ବା ୨.୦୬ ପ୍ରତିଶତ ବୃଦ୍ଧି ଘଟି ୭୫.୪୨ ଡଲାରରେ ପହଞ୍ଚିଛି। ସେହିଭଳି ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ୍ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧.୫୮ ଡଲାର ବା ୨.୨୫ ପ୍ରତିଶତ ବୃଦ୍ଧି ଘଟି ୭୧.୬୮ ଡଲାରରେ ପହଞ୍ଚିଛି। ଇସ୍ରାଏଲ ଉପରେ ଗତ ମଙ୍ଗଳବାର ଇରାନ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହାର ଜବାବ ଇସ୍ରାଏଲ ଦେବାକୁ ପ୍ରସ୍ତୁତ ହେଉଛି। ଇସ୍ରାଏଲ ମୁଖ୍ୟତଃ ଇରାନର ତୈଳ ବିଶୋଧନାଗାର ଓ ଅନ୍ୟାନ୍ୟ ଭିତ୍ତିଭୂମି ଉପରେ ଆକ୍ରମଣ କରିପାରେ। ଆଶଙ୍କା କାରଣରୁ ଅଶୋଧିତ ତେଲ ଦର ବଢ଼ିବାରେ ଲାଗିଛି। ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଇରାନକୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଏହାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି। ଏହାର ଜବାବରେ ତେହରାନ କହିଛି ଯେ କୌଣସି ପ୍ରକାର ଆକ୍ରମଣ ହେଲେ ବିରାଟ ଧ୍ବଂସ ରଚନା କରାଯିବ।
Trending
- ବଢିଲା ବିଜେଡି ନେତାଙ୍କ ଅଡୁଆ, ପ୍ରୀତିରଞ୍ଜନ ଘଡେଇ ଙ୍କ ନାଁରେ ଏତଲା
- ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ ଝଟକା
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
Prev Post
Next Post