ଆସନ୍ତା ଜୁଲାଇ ୨ରୁ ୬ ତାରିଖ ପର୍ଯ୍ୟନ୍ତ ଅଗ୍ନିବୀର ଯୋଜନାରେ ପ୍ରାର୍ଥୀ ଚୟନ କରାଯିବ । ଏଥିରେ ରାଜ୍ୟର ୧୦ରୁ ୧୨ଟି ଜିଲ୍ଲାର ଆବେଦନ କରିଥିବା ପ୍ରାର୍ଥୀମାନେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ଏ ନେଇ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦୈନିକ ୪୦୦ରୁ ଊଦ୍ଧ୍ୱର୍ ପ୍ରାର୍ଥୀ ଅଂଶ ଗ୍ରହଣ କରିବେ । ବୈଠକରେ ଆର୍ମି ଏଡି କଲେଜର କର୍ଣ୍ଣେଲ୍ ଆନନ୍ଦ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।ବିଗତ ଥର ସମ୍ବଲପୁର ଠାରେ ହୋଇଥିବା ଚୟନ ସକାଶେ କେବଳ ଗଞ୍ଜାମ ଜିଲ୍ଲାର ୭୬ ପ୍ରତିଶତ ଯୁବପ୍ରାର୍ଥୀ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ .ଯାତାୟତ ଖର୍ଚ୍ଚ, ରହଣୀ ଦିଗରେ ଅଂଶ ଗ୍ରଙମ ଯୁବକ ମାନଙ୍କୁ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡିଥିଲା । ସେହି ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍ ଠାରେ ଏହି ଚୟନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା କର୍ଣ୍ଣେଲ ଆନନ୍ଦ ପ୍ରକାଶ କରିଥିଲେ । ଯଦ୍ବାରା ଯୁବପ୍ରାର୍ଥୀ ମାନଙ୍କ ଯାତାୟତ ଖର୍ଚ୍ଚ ଏବଂ ସମୟ ବଞ୍ଚିବ । ଚୟନ ପ୍ରତିଯୋଗିତାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ବଜାୟ ରଖି କରାଯିବ । ଯେଉଁମାନେ ଚୟନ ସକାଶେ ଉପଯୁକ୍ତ, ସେମାନେ ନିଶ୍ଚିତ ରୂପେ ଅଗ୍ନିବୀର ଯୋଜନାରେ ଭର୍ତ୍ତି ହୋଇପାରିବେ । ଏଥି ସକାଶେ କସ୍ମିନ୍ କାଳେ ଉତ୍କୋଚ ଗ୍ରହଣ କରାଯାଉନାହିଁ ବୋଲି ଦୃଢତାର ସହ ମହବ୍ୟକ୍ତ ହୋଇଥିଲା । ଯଦି କୌଣସି ବ୍ଯକ୍ତି କିମ୍ବା ଖଳ ପ୍ରକୃତିର ବ୍ୟକ୍ତି ବିଶେଷ ଆର୍ମିରେ ଭର୍ତ୍ତି କରିବା ନିମନ୍ତେ ପ୍ରଲୋଭନ ଦେଖାଇ ଉତ୍କୋଚ ମାଗନ୍ତି ତେବେ ପ୍ରଶାସନ କିମ୍ବା ଆର୍ମି ଅଧିକାରୀଙ୍କ ନଜରକୁ ଆଣିବାକୁ କୁହାଯାଇଛି ।ଜୁଲାଇ ୨ ତାରିଖ ଠାରୁ ଆରମ୍ଭ ହେଉଥିବା ଏହି ଚୟନ ସକାଶେ ଦୈନିକ ୪୦୦ରୁ ଉର୍ଦ୍ଧ୍ବ ଯୁବପ୍ରାର୍ଥୀ ଅଂଶ ଗ୍ରହଣ କରିବାର ପୂର୍ବାନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହାତକୁ ନିଆଯାଇଛି ।
Trending
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Next Post