ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ଦ୍ବାରା ଅପହୃତ ହୋଇଥିଲେ ଭାରତୀୟ ସେନାର ୨ ଜଣ ଯବାନ|ସୌଭାଗ୍ୟବଶତଃ ଆତଙ୍କବାଦୀଙ୍କ କବଳରୁ ଜଣେ ଯବାନ ଖସି ଆସିବାରେ ସକ୍ଷମ ହୋଇଥିଲେ| ଆଉ ଜଣେ ଜବାନଙ୍କର ଆଜି ଗୁଳିବିଦ୍ଧ ମୃତଦେହ ମିଳିଛି। ସହିଦ ଯବାନ ହିଲାଲ୍ ଅହମଦ ଭଟଙ୍କ ମର ଶରୀର ଆଜି ଅନନ୍ତନାଗର ପଥ୍ରିବଲ୍ ଅଞ୍ଚଳରୁ ମିଳିବା ପରେ ଉକ୍ତ ଅଂଚଳରେ ସର୍ଚ୍ଚ ଅପରେସନ ତ୍ବରାନ୍ବିତ ହୋଇଛି। ଗତକାଲି ଭାରତୀୟ ସେନା ଏବଂ ଜମ୍ମୁ କଶ୍ମୀର ପୁଲିସର ଏକ ମିଳିତ ଟିମ୍ ଦ୍ବାରା ଅନନ୍ତନାଗ ଜିଲ୍ଲାର କାଜୱାନ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀ ନିରୋଧ ଅପରେସନ୍ ସମୟରେ ୨ ଜଣ ଯବାନଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। ସେମାନେ ଟେରିଟୋରିଆଲ ସେନାର ୧୬୧ ୟୁନିଟ୍ର ଥିଲେ ।ଘଟଣାରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଠାବ କରିବାପାଇଁ ସେନା ଏବଂ ଜମ୍ମୁ କଶ୍ମୀର ପୁଲିସ ଦ୍ବାରା ବଡ଼ ଧରଣର ଅପରେସନ୍ ଜାରି ରହିଛି |
Trending
- ପରଲୋକରେ ‘ରୁଚି ମସଲା’ର ପ୍ରତିଷ୍ଠାତା ଶରତ କୁମାର
- ଡିସେମ୍ବର ୩୧ ଯାଏଁ ବଢିଲା ଇ-କେୱାଇସି ର ଅବଧି
- ବାପାଙ୍କୁ ପଚାରିନଥିଲା ବିଜେଡ଼ି – ଜୟ
- ବିହାର ବିଧାନସଭା ନିର୍ବାଚନ, ଆଜି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରିୟଙ୍କା
- ମେଣ୍ଟରେ ଲଢିବେ ଉଦ୍ଧବ ଠାକରେ ଓ ଅଜିତ୍ ପାୱାରଙ୍କ ପାର୍ଟି
- ଓଡ଼ିଶା ପୁଲିସ SI କେଳେଙ୍କାରୀ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ
- ଝାରସୁଗୁଡା ଏସପି ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ କେନ୍ଦ୍ରୀୟ ଗୃହମନ୍ତ୍ରୀ ପଦକ
- ବେଦାନ୍ତ ଆଲୁମିନିୟମ ଝାରସୁଗୁଡା, ପ୍ରଗତିକୁ ଆଗେଇ ନେଉଥିବା ଜନ-ମୁଖ୍ୟ ସଂସ୍କୃତି ଗଠନ କରିଛି
- ଆନ୍ଧ୍ରପ୍ରଦେଶର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟା; ୯ ଜଣଙ୍କର ମୃତ୍ୟୁ
- ରାହୁଲଙ୍କ ‘ଭୋଟ ଚୋରି’ ଅଭିଯୋଗକୁ NDAର କଡ଼ା ଜବାବ