ଜମ୍ମୁ କାଶ୍ମୀରରେ ୨ଆତଙ୍କୀଙ୍କୁ ନିପାତ କଲା ସେନା

ଜମ୍ମୁ କାଶ୍ମୀରର ଅନନ୍ତନାଗରେ ସୁରକ୍ଷା ବଳର ଗୁଳିରେ ୨ ଆତଙ୍କୀ ନିପାତ ହୋଇଛନ୍ତି। ଆଜି ସକାଳେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସାମ୍ନା ସାମନି ଗୁଳିଚଳନା ପରେ ସେନା ଗୁଳିରେ ଏହି ୨ ଆତଙ୍କୀ ନିପାତ ହୋଇଛନ୍ତି। ଅନନ୍ତନାଗରେ ଏହି ସ୍ଥାନରେ ଆତଙ୍କବାଦୀ ଲୁଚି ରହିଥିବାର ସୂଚନା ମିଳିବା ପରେ  ସୁରକ୍ଷା ବଳ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା |