ଇଣ୍ଡୋନେସିଆରେ ପହଞ୍ଚିଲା ଭାରତୀୟ ନୌସେନାର ପ୍ରଶିକ୍ଷଣ ସ୍କ୍ୱାଡ୍ରନ୍

ସାମୁଦ୍ରିକ ସହଯୋଗ ଓ ‘ଏକ୍ଟ ଇଷ୍ଟ’ ନୀତିକୁ ମିଳିବ ବଳ

ବେଲାଭାନ୍ , ୨୧/୦୧: ଭାରତୀୟ ନୌସେନାର ପ୍ରଥମ ପ୍ରଶିକ୍ଷଣ ସ୍କ୍ୱାଡ୍ରନ୍  ର ପ୍ରମୁଖ ଜାହାଜ ଆଇଏନ୍ଏସ୍ ତୀର, ଆଇଏନ୍ଏସ୍ ଶାର୍ଦ୍ଦୁଳ, ଆଇଏନ୍ଏସ୍ ସୁଜାତା ଏବଂ ଆଇସିଜିଏସ୍ ସାରଥୀ ଜାନୁୟାରୀ ୨୦, ୨୦୨୬ରେ ଇଣ୍ଡୋନେସିଆର ବେଲାଭାନ୍ ବନ୍ଦରରେ ପହଞ୍ଚିଛନ୍ତି। ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳରେ ଚାଲିଥିବା ପ୍ରଶିକ୍ଷଣ ଅଭିଯାନର ଅଂଶବିଶେଷ ଭାବେ ଏହି ଜାହାଜଗୁଡ଼ିକ ସେଠାରେ ନୋଙ୍ଗର ପକାଇଛନ୍ତି।

ବନ୍ଦରରେ ପହଞ୍ଚିବା ପରେ ଇଣ୍ଡୋନେସିଆ ନୌସେନା ପକ୍ଷରୁ ଭାରତୀୟ ସ୍କ୍ୱାଡ୍ରନ୍‌କୁ ଭବ୍ୟ ସ୍ୱାଗତ କରାଯାଇଛି। ପାରମ୍ପରିକ ନୃତ୍ୟ ପ୍ରଦର୍ଶନ ସହ ଏକ ସ୍ୱତନ୍ତ୍ର ସ୍ୱାଗତ ସମାରୋହ ଆୟୋଜିତ ହୋଇଥିଲା, ଯାହା ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଦର୍ଶାଇଥିଲା।

Leave a comment