ଭାରତୀୟ ସେନା ପକ୍ଷରୁ ୨୦୨୪ ବର୍ଷ ପାଇଁ ହାବିଲଦାର ଏବଂ ନାଏବ ସୁବେଦାର ପଦ ପାଇଁ ନିଯୁକ୍ତି ଜାରି କରିଛି । ଏହି ଆବେଦନ ଆଜିଠାରୁ ଆରମ୍ଭ ହୋଇଯାଇଛି । ଏହି ନିଯୁକ୍ତିରେ ଉଭୟ ମହିଳା ଏବଂ ପୁରୁଷ ଆବେଦନ କରିପାରିବେ । ଆଗ୍ରହୀ ଥିବା ପ୍ରାର୍ଥୀମାନେ ଏହି ଆବେଦନକୁ ଅଫ ଲାଇନ ମାଧ୍ୟମରେ ହିଁ ଆବେଦନ କରିପରିବେ । ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହିତ ୩୦ ସେପ୍ଟେମ୍ବର ୨୦୨୪ ସୁଦ୍ଧା ଆପ୍ଲାଏ କରିପାରିବେ ।ଆବେଦନର ବୟସ ସୀମା- ଆପଣମାନେ ୧୭ ବର୍ଷ ୫ ମାସରୁ ୨୫ ବର୍ଷ ପର୍ଯ୍ୟନ୍ତ ଆବେଦନ କରିପାରିବେ । ପ୍ରାର୍ଥୀଙ୍କ ବୟସ ୧ ଅକ୍ଟୋବର ଠାରୁ ୧୯୯୯ ଠାରୁ ୩୦ ସେପ୍ଟେମ୍ବର ୨୦୦୬ ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ପ୍ରାର୍ଥୀ କେବଳ ଆବେଦନ କରିପାରିବେ ।ଚୟନ ପକ୍ରିୟା- ଯେଉଁ ପ୍ରାର୍ଥୀମାନେ ବିଭିନ୍ନ କ୍ରିଡାରେ ପ୍ରତିଯୋଗିତାରେ ସଫଳତାର ସାର୍ଟିଫିକେଟ ହାସଲ କରିଛନ୍ତି । ସେମାନଙ୍କୁ ବିଶେଷ ଆଗ୍ରାଧୀକ ଦିଆଯିବ । ଏଥିସହ ଲିଖିତ ପରୀକ୍ଷା ସହିତ କ୍ରୀଡା ସମ୍ବନ୍ଧୀୟ ସମସ୍ତ ପ୍ରମାଣ ସହ ଅନ୍ୟାନ ଡକ୍ୟୁମେଣ୍ଟକୁ ଯାଞ୍ଚ କରାଯିବା ସହ ଡାକ୍ତରୀ ପରୀକ୍ଷା କରାଯିବ । ପିଇଟି କରିବା ସମୟରେ ପ୍ରାଥୀôର୍ ମାନଙ୍କୁ ୫ ମିନିଟ ୪୫ ସେକେଣ୍ଡରେ ୧.୬ କିଲୋମିଟର ପର୍ଯ୍ୟନ୍ତ ଦୌଡ ପ୍ରତିଯୋଗିତା ହେବ । ୯ ଫୁଟ ପର୍ଯ୍ୟନ୍ତ ଲଙ୍ଗଜମ୍ପ୍, ଜିଗ୍ ଜାଗ ପାଶ କରିବାକୁ ପଡିବ ।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ