ପବିତ୍ର ମହାଶିବରାତ୍ରି ପାଇଁ ଲୋକାରଣ୍ୟ ହୋଇଥିଲା ଏକାମ୍ର କ୍ଷେତ୍ର। ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଗୁରୁବାର ରାତି ପାଖାପାଖି ଗୋଟାଏରୁ ଶ୍ରଦ୍ଧାଳୁମାନେ ଧାଡ଼ିରେ ଛିଡ଼ା ହୋଇଥିଲେ। ଭୋର୍ ୩ଟାରେ ଖୋଲିଥିଲା ମନ୍ଦିର। ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ସରିବା ପରେ ଭୋର୍ ପ୍ରାୟ ୩ଟା ୪୫ରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହୋଇଥିଲା। ଭକ୍ତମାନେ ଗର୍ଭଗୃହକୁ ଯାଇ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ। ୧୧ଟାରେ ଛାମୁ ପରିଷ୍କାର କରାଯାଇ ମାଘସ୍ନାନ ଓ ପ୍ରଭୁଙ୍କ ବେଶ କରାଯାଇଥିଲା। ଦିନ ୧୨ଟା ପରେ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଠାକୁରାଣୀ ବଲ୍ଲଭ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ସକାଳଧୂପରେ ସବୁଦିନ ପରି ଆରିସା, ଖେଚୁଡ଼ି, ହଂସକେଳି, ସେଦୁଅ ଭଳି ନାନା ଭୋଗ ଲଗାଯାଇଥିଲା। ପାଖାପାଖି ୩ଟା ୪୦ରେ ଭୋଗ ମଣ୍ଡପ କରାଯାଇଥିଲା। ୪ଟା ପରେ ପୁଣି ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ସାହାଣମେଲା ଦର୍ଶନ ପରେ ଛାମୁ ପରିଷ୍କାର କରାଯାଇ ପୁନର୍ବାର ପ୍ରଭୁଙ୍କ ବେଶ କରାଯାଇଥିଲା। ଏଥିସହ ପ୍ରଭୁଙ୍କ ଦ୍ବିପ୍ରହର ଧୂନ ଓ ଭୁବନେଶ୍ବରୀଙ୍କ ଦ୍ବିପ୍ରହର ଧୂପ କରାଯାଇଥିଲା।ରାତି ୧୦ଟା ୪ ମିନିଟ୍ରେ ମନ୍ଦିରରୁ ବାହାରିଲା ମହାଦୀପ, ବେଢ଼ା ପରିକ୍ରମାକରି ୧୦.୧୨ରେ ତାହାକୁ ଧାରଣ କରି ସମର୍ଥା ସେବାୟତ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଉପରକୁ ଚଢ଼ିଲେ। ଯୋଗେନ୍ଦ୍ର ସମର୍ଥା ଗୋଟିଏ ହାତରେ ମହାଦୀପ ଧରି ଅତ୍ୟନ୍ତ ଦୁଃସାହସିକତାର ସହ ମନ୍ଦିର ଚୂଡ଼ାକୁ ଅଗ୍ରସର ହେଲେ। ମହାଦୀପ ଯେତିକି ଯେତିକି ମନ୍ଦିର ଉପରକୁ ଉଠୁଥିଲା, ହୁଳହୁଳି ଓ ହରିବୋଲ ସହ ‘ଓଁ ନମଃ ଶିବାୟ’, ‘ହର୍ ହର୍ ମହାଦେବ’ ଓ ‘ଜୟ ପ୍ରଭୁ ଲିଙ୍ଗରାଜଙ୍କର ଜୟ’ ଧ୍ବନି ଗଗନପବନକୁ ସେତିକି ଅଧିକ ପ୍ରକମ୍ପିତ କରୁଥିଲା। ଉପରକୁ ଦୁଇହାତ ଟେକି ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରି ଶ୍ରଦ୍ଧାଳୁ ନାଚି ଉଠୁଥିଲେ ଭକ୍ତିରେ। ଶେଷରେ ରାତି ୧୦ଟା ୧୫ ମିନିଟରେ ମନ୍ଦିରଚୂଡ଼ାରେ ସ୍ଥାପନ ହୋଇଥିଲା ମହାଦୀପ। ସେ ଅପୂର୍ବ ଦିବ୍ୟଦୃଶ୍ୟକୁ ଦେଖି ଭକ୍ତଙ୍କ ଆଖିରୁ ଝରି ପଡ଼ୁଥିଲା ଆନନ୍ଦାଶ୍ରୁ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post