ହବିଷ୍ୟାଳୀ ଯୋଜନା

ଚଳିତ ବର୍ଷ ହବିଷ୍ୟାଳୀ ଯୋଜନାରେ ୨ ହଜାର ୫୦୦ ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ହବିଷ୍ୟାଳୀ ଯୋଜନାକୁ ଅନୁମତି ମିଳିଛି । ଆସନ୍ତା ମାସ ୧୮ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବାକୁ ଥିବାବେଳେ ଆସନ୍ତା ସପ୍ତାହରୁ ହବିଷ୍ୟାଳୀ ଯୋଜନା ପାଇଁ ଅନଲାଇନ୍‍ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଅନ୍ୟପକ୍ଷରେ ଭକ୍ତମାନଙ୍କଠାରୁ ସଂଗୃହୀତ ହୋଇଥିବା ଅର୍ପଣ ଚାଉଳକୁ ଟେଣ୍ଡର ମାଧ୍ୟମରେ ନିଲାମ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଛି ।ତେବେ ହବିଷ୍ୟାଳୀମାନଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କ ହବିଷ୍ୟାଳୀ ଯୋଜନା । ମୁଖ୍ୟତଃ ହବିଷ୍ୟାଳୀ ମାନଙ୍କ ରହଣି, ଶ୍ରୀଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ଶ୍ରବଣ ସାଙ୍ଗକୁ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଏ । ଯେଉଁମାନେ ଏହି ଯୋଜନାରେ ଆସିବେ ସେମାନଙ୍କୁ ପ୍ରଥମେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ ।