କାଲି ଭକ୍ତଙ୍କ ଗହଣରେ ଶ୍ରୀଗୁଣ୍ଡିଚା ଯାତ୍ରାର ଇଚ୍ଛା ରଖିଥିବା କାଳିଆ ସାଆନ୍ତ ତାଙ୍କ ଲୀଳା ରଚିଛନ୍ତି। ଆଜି ପହଣ୍ଡି ସଅଳ ହୋଇଥିଲେ ବି ରଥଟଣାରେ ବିଳମ୍ବ ହୋଇଛି। ଯେଉଁଥିପାଇଁ ତିନି ରଥ ବିଶେଷ ଆଗକୁ ଗଡ଼ି ପାରିନାହାନ୍ତି। ଅନ୍ଧାର ହୋଇଯିବାରୁ ସନ୍ଧ୍ୟା ୬ଟା ୪୫ରୁ ରଥଟଣା ବନ୍ଦ ରଖାଯାଇଛି। ବାରମ୍ବାର ଡାହାଣ ଓ ବାମ କଡ଼ ମାଡ଼ି ତାଳଧ୍ବଜ ରଥ ଗଡ଼ିବାରୁ ରଥଟଣା ବିଳମ୍ବ ହୋଇଛି।ଗତକାଲି ରାତିରୁ ଆଜିର ନୀତି ଆରମ୍ଭ ହେବାକୁ ନିର୍ଘଣ୍ଟ ହୋଇଥିଲା। କିନ୍ତୁ ଆରମ୍ଭରୁ ନୀତିକାନ୍ତି ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ଚାଲିଥିଲା। ଯେଉଁଥିପାଇଁ ଆଜି ବିନା ପହୁଡ଼ରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ଆରମ୍ଭ ହୋଇଥିଲା। ଭୋର ୪ଟାରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା। ଅବକାଶ ପୂଜା ଶେଷ ପରେ ଭୋର ୪ଟା ୪୦ରେ ପଟିଦିଅଁଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ୫ଟା ୧୫ରେ ତାଟି ଫିଟିବା ପରେ ୫ଟା ୩୫ରେ ଧୁଆଧୋଇ ହୋଇ ଚୁନ ପାଣି ପଡ଼ିଥିଲା। ସକାଳ ୬ଟା ୧୦ରେ ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା ପରେ ସାଢ଼େ ୬ଟାରେ ନେତ୍ରୋତ୍ସବ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥିଲା। ସାଢ଼େ ୭ଟାରୁ ସାଢ଼େ ୧୨ଟା ଭିତରେ ଏହି ନୀତିକାନ୍ତି ସାରିବାକୁ ସମୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏହାର ଯଥେଷ୍ଟ ପୂର୍ବରୁ ସେନାପଟା ଲାଗି ଶେଷ ହୋଇ ସାରିଥିଲା।ଯେହେତୁ ଆଜି ଭକ୍ତଙ୍କୁ ନବଯୌବନ ଦର୍ଶନ ବନ୍ଦ ରଖାଯାଇଥିଲା, ସେଥିପାଇଁ ଶୀଘ୍ର ରଥ ପ୍ରତିଷ୍ଠା, ସେନାପଟା ଓ ପହଣ୍ଡି ଆରମ୍ଭ ହୋଇଥିଲା। ପୂର୍ବାହ୍ଣ ୧୦ଟାରେ ରଥ ପ୍ରତିଷ୍ଠ ଶେଷ ହୋଇଥିଲା। ଏଣୁ ପହଣ୍ଡି ବି ଶୀଘ୍ର ହୋଇଥିଲା। ପୂର୍ବାହ୍ଣ ୧୧ଟା ୧୦ରେ ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ଶେଷ ପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପରାହ୍ଣ ୨ଟା ୨୦ ଭିତରେ ପହଣ୍ଡି ଶେଷ ହୋଇଥିଲା। ପହଣ୍ଡି ଶେଷ ପରେ ସୁନାର ଝାଡ଼ୁରେ ଗଜପତି ମହାରାଜା ଛେରା ପହଁରା କରିଥିଲେ। ଛେରା ପହଁରା ଶେଷ ପରେ ଚାରମାଳ ଫିଟାଯାଇ ଘୋଡ଼ା, ସାରଥି ଲଗାଯାଇଥିଲା।
Trending
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
Prev Post
Next Post