ଚଳିତ ବର୍ଷ ମଧ୍ୟ ହେଲାନାହିଁ ହାଣ୍ଡିଭଙ୍ଗା ଯାତ। ପୂର୍ବବର୍ଷ ପରି ଏହି ଯାତ ବନ୍ଦହେବା ସହ ଶ୍ରୀଲିଙ୍ଗରାଜ ଓଳିଏ ଖାଡ଼ା ଉପାସ ରହିଛନ୍ତି। ସୂଚନା ଅନୁଯାୟୀ, ସେବାୟତମାନଙ୍କ ଅସହଯୋଗରୁ ହାଣ୍ଡିଭଙ୍ଗା ଯାତ ହୋଇ ପାରିନାହିଁ। ପୁଣି ଭାଙ୍ଗିଲା ପରମ୍ପରା। ଦୀର୍ଘ ୯ବର୍ଷ ହେଲା ଏମିତି ଅଘଟଣ ଘଟି ଚାଲିଥିବା ଓ ମନ୍ଦିର ପ୍ରଶାସନ ଏହାର ସମାଧାନ ପାଇଁ ସାମାନ୍ୟତମ ଆଗ୍ରହ ପ୍ରଦର୍ଶନ ନକରିବା ଶ୍ରଦ୍ଧାଳୁମାନଙ୍କ ମନରେ ଗଭୀର ଆଘାତ ଦେଇଛି। ସୂଚନାଯୋଗ୍ୟ, ମହାଶିବରାତ୍ରି ପରେ ପରେ ପଡ଼ୁଥିବା ଶନିବାର ଦିନ ପାଳିତ ହୁଏ ହାଣ୍ଡିଭଙ୍ଗା ଯାତ। କିନ୍ତୁ ଦୁଇଟି ସେବାୟତ ଗୋଷ୍ଠୀ ଭିତରେ ଲାଗିଥିବା ବିବାଦର ସମାଧାନ ହୋଇପାରୁନଥିବାରୁ ଏହି ପ୍ରସିଦ୍ଧ ଯାତ ଦୀର୍ଘ ୯ ବର୍ଷ ହେଲା ବନ୍ଦ ରହିଛି। ଏ ପ୍ରସଙ୍ଗରେ ତ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି, ତା’ପରେ ଏଥର ଯାତ ପାଳନ ପାଇଁ ଜିଲ୍ଲାପାଳ ଦେଇଥିବା ଚେତାବନୀ ମଧ୍ୟ କାଟୁ କରିନାହିଁ। ସେବାୟତମାନେ ନିଜ ଜିଦ୍ରେ ଅଟଳ ରହିଛନ୍ତି।
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ