ଟୁରିଜିମ ସେକ୍ଟର ଦ୍ରୁତ ଭତିରେ ବୃଦ୍ଧି ପାଇଛି । କେବଳ ପୃଥିବୀ ଉପରେ ନୁହେଁ ବରଂ ଅନ୍ତରୀକ୍ଷକୁ ନେଇ ମଧ୍ୟ ବିଭିନ୍ନ ପ୍ରକାର ଯୋଜନା ଚାଲିଛି । ତେବେ ଏହି କ୍ଷେତ୍ରରେ ଆସିବାକୁ ଯାଉଛି ଆଉ ଏକ ବିରାଟ ପରିବର୍ତ୍ତନ । ଏବେ ପାଣି ତଳେ ମଧ୍ୟ ତିଆରି ହେବାକୁ ଯାଉଛି ଟୁରିଷ୍ଟ ଡେଷ୍ଟିନେଶନ । ଭାରତରେ ପ୍ରଥମ ଥର ସମୁଦ୍ର ତଳେ ନିର୍ମାଣ ହେବାକୁ ଯାଉଛି ସବମେରାଇନ ପର୍ଯ୍ୟଟନ ସ୍ଥଳୀ । ତେବେ ପାଣିରେ ବୁଡ଼ିଯାଇଥିବା ଶ୍ରୀକୃଷ୍ଣଙ୍କ ଦ୍ୱାରିକା ନଗରୀରେ ଏହି ସବମେରାଇନ ତିଆରି ହେବାକୁ ଯାଉଥିବା ଜଣାପଡ଼ିଛି ।ବିଗତ କିଛି ମାସ ହେବ ସରକାର ଧାର୍ମିକ ସ୍ଥଳରେ ପର୍ଯ୍ୟଟନ ଉପରେ ବେଶ ଜୋର ଦେବାରେ ଲାଗିଛି । ତେବେ ଏତି ମଧ୍ୟରେ ଗୁଜୁରାଟ ସରକକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ନିକଟରେ ଗୁଜୁରାଟ ସରକାର ମଜଗାଁୱ ଡକ ସହିତ ଏକ ଲହଟ କରିଛନ୍ତି । ଯାହା ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣଙ୍କର ବୁଡ଼ିଯାଇଥିବା ଦ୍ୱାରିକା ନଗରୀର ସମୁଦ୍ର କୂଳରେ ସବମେରାଇନ କରି ପର୍ଯ୍ୟଟନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ପ୍ରୋଜେକ୍ଟକୁ ଆସନ୍ତା ବର୍ଷ ଦୀପାବଳି ସୁଦ୍ଧା ଶେଷ କରିବାକୁ ସରକାର ଲକ୍ଷ ରଖିଛନ୍ତି ।ତେବେ ଏହା ଦ୍ୱାରା ସବମେରାଇନରେ ବସି ପର୍ଯ୍ୟଟକମାନେ ସବୁଦ୍ର ଭିତରେ ୧୦୦ ମିଟର ପର୍ଯ୍ୟନ୍ତ ତଳକୁ ଯାଇପାରିବେ । ତେବେ ଏଠାରେ ସେମାନଙ୍କୁ ଅଣ୍ଡରୱାଟର ଦୃଶ୍ୟ ଦେଖାଯିବା ସହିତ ମେରାଇନ ଲାଇଫ ଏବଂ ଦ୍ୱାରିକା ନଗରୀ ମଧ୍ୟ ଦେଖାଯିବ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ରୋଜେକ୍ଟର କେବଳ ଲହଟ ପ୍ରସ୍ତୁତ କରାଯାଇଛି ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post