ମାର୍ଗଶୀର ମାସର ଧାର୍ମିକ ମହତ୍ତ୍ୱ ସହ ବାସ୍ତୁ ଅନୁଯାୟୀ ମଧ୍ୟ ଏହାର ବିଶେଷତ୍ୱ ରହିଛି। ଏହି ମାସରେ ମା’ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଖୁବ ଶୁଭଙ୍କର। ଏହାଦ୍ୱାରା ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଏହି ମାସରେ ପ୍ରତିଦିନ କର୍ପୂର ଜଳାନ୍ତୁ। ଘରର ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ।ଏହି ମାସରେ ଘରେ ପ୍ରତିଦିନ ଶଙ୍ଖ ବଜାନ୍ତୁ। ଗୀତା ପାଠ କରନ୍ତୁ।ଘରର ମୁଖ୍ୟ ଦ୍ୱାର ନିକଟରେ ସୁନ୍ଦର ସୁନ୍ଦର ଝୋଟି ଆଙ୍କନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ସର୍ବଦା ମିଳିଥାଏ। ଘରେ ନିଶ୍ଚୟ ଗଙ୍ଗାଜଳ ଛିଞ୍ଚନ କରନ୍ତୁ। ଏହା ଖୁବ ଶୁଭ।
ଶଙ୍ଖରେ ନିଶ୍ଚୟ ଜଳ ରଖନ୍ତୁ। ଶଙ୍ଖର ପୂଜା ମଧ୍ୟ କରନ୍ତୁ।ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅର୍ପଣ କରନ୍ତୁ। ଅଧିକ ସମୟ ଯାଏଁ ଶୟନ କରନ୍ତୁ ନାହିଁ।ପୁରାଣ ଅନୁଯାୟୀ ବିଧିବିଧାନ ପୂର୍ବକ ମାର୍ଗଶୀର ମାସରେ ଶଙ୍ଖର ପୂଜା କରିବା ଅତ୍ୟନ୍ତ ଶୁଭ ଅଟେ। ଯେଉଁ ପ୍ରକାରରେ ସମସ୍ତ ଦେବାଦେବୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ, ସେହି ପ୍ରକାରରେ ଶଙ୍ଖର ପୂଜା କରିବା ଆବଶ୍ୟକ। ସାଧାରଣ ଶଙ୍ଖ ମଧ୍ୟ ଶ୍ରୀକୃଷ୍ଣଙ୍କ ପଞ୍ଚଜନ୍ୟ ଶଙ୍ଖ ସମାନ ଶୁଭ ଫଳ ପ୍ରଦାନ କରେ, କାରଣ ଏହା ପ୍ରଭୁ ଶ୍ରୀକୃଷ୍ଣଙ୍କର ପ୍ରିୟ ଅଟେ।
ଶଙ୍ଖ ପୂଜାର ମହତ୍ତ୍ୱ..
ସମସ୍ତ ଶୁଭ କାର୍ଯ୍ୟରେ ଶଙ୍ଖର ବିଶେଷ ସ୍ଥାନ ରହିଛି। ଶଙ୍ଖର ଜଳ ସମସ୍ତଙ୍କୁ ପବିତ୍ର କରିଥାଏ ବୋଲି କୁହାଯାଏ। ତେଣୁ ସମସ୍ତ ପୂଜା ପରେ ଏହାର ଜଳକୁ ଶ୍ରଦ୍ଧାଳୁଙ୍କ ଉପରେ ଛିଞ୍ଚା ଯାଇଥାଏ।ଶଙ୍ଖକୁ ମା’ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମଧ୍ୟ କୁହାଯାଇଥାଏ। ଏହାକୁ ପୂଜା କଲେ ମା’ପ୍ରସନ୍ନ ହୋଇଥାଆନ୍ତି ବୋଲି କୁହାଯାଏ। ତେଣୁ ଶଙ୍ଖକୁ ନିୟମିତ ପୂଜା କରାଯାଉଥିବା ଘରେ ଧନର ଅଭାବ ହୋଇନଥାଏ।ବିଷ୍ଣୁ ପୁରାଣ ଅନୁଯାୟୀ ଦେବୀ ମହାଲକ୍ଷ୍ମୀ ସମୁଦ୍ରଙ୍କର କନ୍ୟା ଅଟନ୍ତି ଏବଂ ସମୁଦ୍ର ମନ୍ଥନ ସମୟରେ ଶଙ୍ଖ ପ୍ରକଟ ହୋଇଥିଲେ। ଏହି କାରଣରୁ ଶଙ୍ଖକୁ ମା’ଲକ୍ଷ୍ମୀଙ୍କର ଭାଇ ବୋଲି କୁହାଯାଇଥାଏ।
Trending
- ବାପାଙ୍କୁ ପଚାରିନଥିଲା ବିଜେଡ଼ି – ଜୟ
- ବିହାର ବିଧାନସଭା ନିର୍ବାଚନ, ଆଜି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରିୟଙ୍କା
- ମେଣ୍ଟରେ ଲଢିବେ ଉଦ୍ଧବ ଠାକରେ ଓ ଅଜିତ୍ ପାୱାରଙ୍କ ପାର୍ଟି
- ଓଡ଼ିଶା ପୁଲିସ SI କେଳେଙ୍କାରୀ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ
- ଝାରସୁଗୁଡା ଏସପି ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ କେନ୍ଦ୍ରୀୟ ଗୃହମନ୍ତ୍ରୀ ପଦକ
- ବେଦାନ୍ତ ଆଲୁମିନିୟମ ଝାରସୁଗୁଡା, ପ୍ରଗତିକୁ ଆଗେଇ ନେଉଥିବା ଜନ-ମୁଖ୍ୟ ସଂସ୍କୃତି ଗଠନ କରିଛି
- ଆନ୍ଧ୍ରପ୍ରଦେଶର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟା; ୯ ଜଣଙ୍କର ମୃତ୍ୟୁ
- ରାହୁଲଙ୍କ ‘ଭୋଟ ଚୋରି’ ଅଭିଯୋଗକୁ NDAର କଡ଼ା ଜବାବ
- ବିହାରରେ ଜିତିବ କିଏ?
- ସିବିସି ଭୁବନେଶ୍ୱର ପକ୍ଷରୁ ଖୋର୍ଦ୍ଧାଠାରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମ ଆୟୋଜିତ
Prev Post
Next Post