ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର । ଏହି ସମୟରେ ପ୍ରଭୁଙ୍କୁ ଆରାଧନା କରିବା ପାଇଁ ମନ୍ତ୍ରର ଆବଶ୍ୟକତା ହୋଇଥାଏ । ଏହା ସହ ନିଜ ଜୀବନରେ ଚାଲିଥିବା ସମସ୍ୟା ଓ ବାଧାବିଘ୍ନକୁ ଦୂର କରିବା ପାଇଁ ପ୍ରଭୁଙ୍କୁ ବିଭିନ୍ନ ଉପାୟରେ ଡାକିଥାନ୍ତି ଭକ୍ତଗଣ । ତେଣୁ ଏଥିପାଇଁ ପ୍ରଭୁ ପ୍ରସନ୍ନ ହେବା ନିହାତି ଆବଶ୍ୟକ । ତେବେ ଶିବଙ୍କର କେଉଁ ମନ୍ତ୍ର ଜପ କଲେ ପ୍ରଭୁ ଆପଣଙ୍କ କଥା ଶୁଣିବେ ତାହା ଚାଲନ୍ତୁ ଜାଣିବା ।ସାଧାରଣତଃ ଶିବ ଭକ୍ତମାନେ ଗୋଟିଏ ମନ୍ତ୍ର ଜାଣିଥାନ୍ତି । ସେହି ମନ୍ତ୍ରଟି ହେଉଛି ଓଁ ନମଃ ଶିବାୟ । ଏହି ମନ୍ତ୍ର ରୁଦ୍ରାକ୍ଷ ମାଳି ସାହାଯ୍ୟରେ ୧୦୮ ଥର ଜପ କରିଲେ ଭୋଳାନାଥଙ୍କର ଅପୂର୍ବ କୃପା ପ୍ରାପ୍ତ ହୋଇଥାଏ । ଏହି ମନ୍ତ୍ରଟି ଅଧିକ ଶକ୍ତିଶାଳୀ ମଧ୍ୟ । ଓଁ ନମଃ ଶିବାୟ ମନ୍ତ୍ର ଜପ କରିବା ଦ୍ୱାରା ସଂପୂର୍ଣ୍ଣ ଶାସ୍ତ୍ର ଜ୍ଞାନ ପ୍ରାପ୍ତ ହେବା ସହ ବିଭିନ୍ନ ସମସ୍ୟା ମଧ୍ୟ ଦୂର ହୋଇଥାଏ ।ତା’ ପରେ ଶିବଙ୍କ ପାଂଚମୁଖ ମନ୍ତ୍ର । ଏହି ମନ୍ତ୍ର ପଛରେ ବିଶେଷ କାରଣ ରହିଛି । ଦିନେ ମାତା ପାର୍ବତୀ ଶିବଙ୍କୁ ପଚାରିଲେ କଳିଯୁଗରେ କେଉଁ ମନ୍ତ୍ର ଜପ କଲେ ଜଣେ ପାପରୁ ମୁକ୍ତି ପାଇବ । ସେତେବେଳେ ଭଗବାନ ଶିବ ପାର୍ବତୀଙ୍କୁ ଉତ୍ତର ଦେଇଥିଲେ ମୁଁ ମୋ ପାଂଚଟି ମୁଖରୁ ମନ୍ତ୍ର ଉଚାରଣ କରୁଛି, ଏହାକୁ ଜପ କଲେ ଜଣେ ପାପରୁ ମୁକ୍ତି ପାଇପାରିବ । ଏହାପରେ ଶିବପଂଚାକ୍ଷର ମନ୍ତ୍ର । ଏହି ମନ୍ତ୍ରରେ ଋଷି ବାମଦେବ ଓ ସ୍ୱଂୟ ଶିବ ଅଛନ୍ତି । ଏହାକୁ ଶରଣାକ୍ଷର ମନ୍ତ୍ର ମଧ୍ୟ କୁହାଯାଇଥାଏ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post