ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର । ଏହି ସମୟରେ ପ୍ରଭୁଙ୍କୁ ଆରାଧନା କରିବା ପାଇଁ ମନ୍ତ୍ରର ଆବଶ୍ୟକତା ହୋଇଥାଏ । ଏହା ସହ ନିଜ ଜୀବନରେ ଚାଲିଥିବା ସମସ୍ୟା ଓ ବାଧାବିଘ୍ନକୁ ଦୂର କରିବା ପାଇଁ ପ୍ରଭୁଙ୍କୁ ବିଭିନ୍ନ ଉପାୟରେ ଡାକିଥାନ୍ତି ଭକ୍ତଗଣ । ତେଣୁ ଏଥିପାଇଁ ପ୍ରଭୁ ପ୍ରସନ୍ନ ହେବା ନିହାତି ଆବଶ୍ୟକ । ତେବେ ଶିବଙ୍କର କେଉଁ ମନ୍ତ୍ର ଜପ କଲେ ପ୍ରଭୁ ଆପଣଙ୍କ କଥା ଶୁଣିବେ ତାହା ଚାଲନ୍ତୁ ଜାଣିବା ।ସାଧାରଣତଃ ଶିବ ଭକ୍ତମାନେ ଗୋଟିଏ ମନ୍ତ୍ର ଜାଣିଥାନ୍ତି । ସେହି ମନ୍ତ୍ରଟି ହେଉଛି ଓଁ ନମଃ ଶିବାୟ । ଏହି ମନ୍ତ୍ର ରୁଦ୍ରାକ୍ଷ ମାଳି ସାହାଯ୍ୟରେ ୧୦୮ ଥର ଜପ କରିଲେ ଭୋଳାନାଥଙ୍କର ଅପୂର୍ବ କୃପା ପ୍ରାପ୍ତ ହୋଇଥାଏ । ଏହି ମନ୍ତ୍ରଟି ଅଧିକ ଶକ୍ତିଶାଳୀ ମଧ୍ୟ । ଓଁ ନମଃ ଶିବାୟ ମନ୍ତ୍ର ଜପ କରିବା ଦ୍ୱାରା ସଂପୂର୍ଣ୍ଣ ଶାସ୍ତ୍ର ଜ୍ଞାନ ପ୍ରାପ୍ତ ହେବା ସହ ବିଭିନ୍ନ ସମସ୍ୟା ମଧ୍ୟ ଦୂର ହୋଇଥାଏ ।ତା’ ପରେ ଶିବଙ୍କ ପାଂଚମୁଖ ମନ୍ତ୍ର । ଏହି ମନ୍ତ୍ର ପଛରେ ବିଶେଷ କାରଣ ରହିଛି । ଦିନେ ମାତା ପାର୍ବତୀ ଶିବଙ୍କୁ ପଚାରିଲେ କଳିଯୁଗରେ କେଉଁ ମନ୍ତ୍ର ଜପ କଲେ ଜଣେ ପାପରୁ ମୁକ୍ତି ପାଇବ । ସେତେବେଳେ ଭଗବାନ ଶିବ ପାର୍ବତୀଙ୍କୁ ଉତ୍ତର ଦେଇଥିଲେ ମୁଁ ମୋ ପାଂଚଟି ମୁଖରୁ ମନ୍ତ୍ର ଉଚାରଣ କରୁଛି, ଏହାକୁ ଜପ କଲେ ଜଣେ ପାପରୁ ମୁକ୍ତି ପାଇପାରିବ । ଏହାପରେ ଶିବପଂଚାକ୍ଷର ମନ୍ତ୍ର । ଏହି ମନ୍ତ୍ରରେ ଋଷି ବାମଦେବ ଓ ସ୍ୱଂୟ ଶିବ ଅଛନ୍ତି । ଏହାକୁ ଶରଣାକ୍ଷର ମନ୍ତ୍ର ମଧ୍ୟ କୁହାଯାଇଥାଏ ।
Trending
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
Prev Post