ବଡ଼ଦାଣ୍ଡରେ ବଡ଼ ଭିଡ଼

ବଡ଼ଦିନ ଅବସରରେ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଳି । ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ଲମ୍ବା ଲାଇନ୍ ଲଗାଇଛନ୍ତି ଭକ୍ତ । ଡିସେମ୍ବର ୨୫ସୁଦ୍ଧା ଏସି ଟନେଲ ପୂର୍ଣ୍ଣ କାର୍ଯ୍ଯକ୍ଷମ ହେବା ନେଇ ଟାର୍ଗେଟ ଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇପାରିନଥିବାରୁ ପୁରୁଣା ବେରିକେଡ ଦେଇ ଜଗା ଦର୍ଶନ କରୁଛନ୍ତି ଭକ୍ତ ।