ଆଡ଼ପ ପହଣ୍ଡି ବେଳେ ବଡ଼ ଅଘଟଣ । ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର । ତାଳଧ୍ୱଜ ରଥର ଚାରମାଳ ଉପରୁ ହାମୁଡେଇ ପଡ଼ିଲେ ବଡ଼ ଠାକୁର । ପହଣ୍ଡିରେ ସାମିଲ ହୋଇଥିବା ପାଞ୍ଚ ସେବାୟତ ଆହତ ହୋଇଥିବା ସୂଟନା । ଆହତ ସେବାୟତଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ଏପରି ଅଘଟଣ କୋଟି କୋଟି ଓଡ଼ିଆଙ୍କ ମନରେ କୋଉଠି ନା କୋଉଠି ଆଘାତ ପହଞ୍ଚାଇଛି । କେଉଁ ପରିସ୍ଥିତିରେ ଏତେ ବଡ଼ ଅଘଟଣ ହେଲା ତାହା ଏବେଯାଏଁ ସମୀକ୍ଷା କରାଯାଇ ନାହିଁ ।ଚାରମାଳ ବନ୍ଧା ହେବାରେ ତ୍ରୁଟି ରହିଲା କିମ୍ୱା ପହଣ୍ଡି ସେବାୟତଙ୍କ ପହଣ୍ଡି ସମୟରେ ତ୍ରୁଟି ରହିଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ । ସୂଚନା ଅନୁସାରେ ଅହତ ହୋଇଥିବା ପାଞ୍ଚ ଜଣ ସେବାୟତଙ୍କୁ ଆମ୍ୱୁଲାନ୍ସରେ ଡାକ୍ତରଖାନାକୁ ନିଆଯାଇଛି । ଏହି ଘଟଣା ଉଭୟ ଶ୍ରଦ୍ଧାଳୁ-ସେବାୟତଙ୍କ ମନରେ ଆଘାତ ସୃଷ୍ଟି କରିଛି
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post