ନବରାତ୍ରୀରେ ଉପବାସ କରୁଛନ୍ତି କି?

ଆଜି ନବରାତ୍ରିର ପ୍ରଥମ ଦିନରେ ଅନେକ ଲୋକ ଉପବାସ କରୁଥିବାବେଳେ କିଛି ଲୋକ ମାତା ରାଣୀଙ୍କୁ ଖୁସି କରିବା ପାଇଁ ନଅ ଦିନ ପର୍ଯ୍ୟନ୍ତ ଉପବାସ ରଖନ୍ତି । ପୂଜା, ବ୍ରତ ଇତ୍ୟାଦି ଛାଡିଦେଲେ ଆପଣ କେବେ କୌଣସି ମଣିଷକୁ ଭୋକରେ ରହିବାର ଦେଖି ନଥିବେ । କିନ୍ତୁ ଉପବାସରେ ରହିବା ଦ୍ଵାରା ଏହା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ ତାହା ଜାଣିଲା ପରେ ଆପଣ ନିଶ୍ଚୟ ଉପବାସ କରିବା ପାଇଁ ନିଷ୍ପତ୍ତି ନେବେ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଉପବାସ ଆପଣଙ୍କ ସ୍ୱସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇପାରେ? ଏହି ଉପବାସ କରିବା ଦ୍ୱାରା ଆମ ମନ ଶାନ୍ତ ରହିଥାଏ । ଉପବାସ ଆମ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ଉପବାସର କିଛି ଆଶ୍ଚର୍ଯ୍ୟଜନକ ଲାଭ ବିଷୟରେ ।

ଆପଣଙ୍କର ବଢୁଥିବା ଓଜନକୁ କମ୍‌ କରିବ:

ଯଦି ଆପଣ ନିଜର ବଢୁଥିବା ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ତେବେ ଆପଣ ସପ୍ତାହରେ ଗୋଟିଏ ଦିନ ଉପବାସ କରିବା ଉଚିତ୍‌ । ଶରୀରରେ ଇମ୍ୟୁନ ସିଷ୍ଟମ୍‌ ମଜବୁତ କରିବା ପାଇଁ ମଧ୍ୟ ଆମକୁ ଉପବାସ କରିବା ଉଚିତ । ଏହା ବ୍ୟତୀତ ଉପବାସ ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟକାରୀ ହୋଇଥାଏ । ଆପଣ ରେଗୁଲାର୍‌ ଉପବାସ କରିବା ଦ୍ୱାରା ଆପଣ ନିଜର ହାର୍ଟ ହେଲ୍‌ଥକୁ ମଧ୍ୟ ବହୁ ପରିମାଣରେ ଉନ୍ନତ କରିପାରିବେ ।

ଷ୍ଟ୍ରେସକୁ କମ୍‌ ରଖନ୍ତୁ:

ନବରାତ୍ରି ସମୟରେ ଆପଣ ଉପବାସ କରି ମାନସିକ ଶାନ୍ତି ଅନୁଭବ କରିପାରିବେ । ଏହି ନବରାତ୍ରିରେ ଉପବାସ ସହିତ ମାତା ରାଣୀଙ୍କ ଭକ୍ତି ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଇବ । ଆପଣ ଦିନସାରା ସକରାତ୍ମକ ବିଚାର ଦ୍ୱାରା ଘେରି ରହି ଆପଣଙ୍କର ଷ୍ଟ୍ରେସକୁ ବହୁ ପରିମାଣରେ କମ୍‌ କରିପାରିବ । ଭଗବାନଙ୍କ ପ୍ରତି ଭକ୍ତି ପ୍ରାୟତଃ ଲୋକଙ୍କ ମନକୁ ରିଲାକ୍ସ କରିବାରେ ମଧ୍ୟ ପ୍ରଭାବଶାଳୀ ହୋଇପାରେ ।

ଅନ୍ତନଳୀ ସ୍ୱସ୍ଥ୍ୟ ପାଇଁ ଲାଭଦାୟକ:

ଯଦି ଆପଣ ନିଜର ଅନ୍ତନଳୀ ସ୍ୱସ୍ଥ୍ୟରେ ଉନ୍ନତି ଆଣିବାକୁ ଚାହୁଁଛନ୍ତି ତେବେ ଉପବାସ କରିବା ଆରମ୍ଭ କରନ୍ତୁ । ଅତି କମ୍‌ରେ ସପ୍ତାହରେ ଥରେ କିମ୍ବା ଦୁଇଥର ଉପବାସ କରିବା ଦ୍ୱାରା ଆପଣ ପେଟ ସମନ୍ଧୀୟ ସମସ୍ୟାରୁ ମୁକ୍ତି ପାଇପାରିବେ । ଆପଣଙ୍କ ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ ଉପବାସ କରିବା ଏକ ଭଲ ଅଭ୍ୟାସ । ସପ୍ତାହରେ ଅନ୍ତତଃ ଗୋଟିଏ ଦିନ ଉପବାସ କରିବା ଦ୍ୱାରା ପାଚନ ତନ୍ତ୍ରକୁ ଆରାମ୍ ମିଳିଥାଏ ।