ଚୈତ୍ର ନବରାତ୍ରିର ଚତୁର୍ଥ ଦିନରେ ମା’ଙ୍କର ପୂଜା କଲେ ଅଜେୟ ରହିବାର ବରଦାନ ମିଳିଥାଏ । ମା’ଙ୍କ ଉପାସନା ଶାନ୍ତ ମନରେ କରିବା ଉଚିତ । କୁହାଯାଏ, ଯେତେବେଳେ ସାରା ସଂସାରରେ ଚାରିଆଡ଼ ଘୋର ଅନ୍ଧାକାର ଛାଇ ଯାଇଥିଲା, ସେହି ସମୟରେ ମା’ କୁଷ୍ମାଣ୍ଡା ନିଜର ମଧୁର ମୁସ୍କାନରେ ବ୍ରହ୍ମାଣ୍ଡର ରଚନା କରିଥିଲେ । ସେଥିପାଇଁ ମା’ଙ୍କୁ ସୃଷ୍ଟିର ଆଦି ସ୍ୱରୂପା ଓ ଆଦିଶକ୍ତି କୁହାଯାଏ ।କୁହାଯାଏ, ଦେବୀ ଭଗବତୀଙ୍କ କୁଷ୍ମାଣ୍ଡା ସ୍ୱରୂପ ନିଜର ଧୀର ହସରୁ ହିଁ ସୃଷ୍ଟିର ରଚନା କରିଥିଲେ । ସେଥିପାଇଁ ଦେବୀ କୁଷ୍ମାଣ୍ଡାଙ୍କୁ ସୃଷ୍ଟିର ଆଦି ସ୍ୱରୂପା ଓ ଆଦି ଶକ୍ତି ଭାବେ ଗଣାଯାଏ । ଦେବୀ କୁଷ୍ମାଣ୍ଡାଙ୍କୁ ସମର୍ପିତ ହୋଇଥିବା ଏହି ଦିନର ସମ୍ବନ୍ଧ ହଳଦିଆ ରଙ୍ଗ ସହିତ ରହିଛି । ମାତା ରାଣୀଙ୍କର ଆଠଟି ଭୂଜ ରହିଥିବା ବେଳେ ସେଥି ମଧ୍ୟରୁ ୭ଟିରେ କମଣ୍ଡଳ, ଧନୁଷ, ବାଣ, ପଦ୍ମ ଫୁଟ, ଅମୃତ କଳସ, ଚକ୍ର ଓ ଗଦା ରହିଛି । ମାଆଙ୍କ ଅଷ୍ଟମ ଭୂଜରେ ଜପ ମାଳା ରହିଛି ଓ ମା’ ସିଂହ ବାହନ ଉପରେ ସବାର ହୋଇଛନ୍ତି ।ନବରାତ୍ରିର ଚତୁର୍ଥ ଦିନରେ ଶୀଘ୍ର ଉଠି ସ୍ନାନ କରିବା ପରେ ସର୍ବପ୍ରଥମେ କଳସ ଓ ସେଥିରେ ଉପସ୍ଥିତ ଦେବୀ ଦେବତାଙ୍କ ପୂଜା କରନ୍ତୁ । ଏହାପରେ ଦେବୀ କୁଷ୍ମାଣ୍ଡାଙ୍କ ପୂଜା ଆରମ୍ଭ କରନ୍ତୁ । ପୂଜା ଆରମ୍ଭ କରିବା ପୂର୍ବରୁ ନିଜର ହାତରେ ଫୁଲ ନେଇ ଦେବୀଙ୍କୁ ପ୍ରଣାମ କରନ୍ତୁ ଓ ଦେବୀଙ୍କ ଧ୍ୟାନ କରନ୍ତୁ । ଏହି ସମୟରେ ଆପଣଙ୍କ ଏହି ମନ୍ତ୍ର ଅବଶ୍ୟ ଜପ କରନ୍ତୁ ‘ଓଁ ଦେବୀ କୁଷ୍ମାଣ୍ଡାୟୈ ନମଃ’ । ଏହାପରେ ସପ୍ତଶତୀ ମନ୍ତ୍ର, ଉପାସନା ମନ୍ତ୍ର, କବଚ, ଦୁର୍ଗା ସପ୍ତଶତୀ ପାଠ କରନ୍ତୁ । ପୂଜା ଶେଷରେ ଆରତୀ ଅବଶ୍ୟ କରନ୍ତୁ । ଏହି ଅବସରରେ ନିଜ ଅଜାଣତରେ ହୋଇଥିବା କୌଣସି ଭୁଲ ପାଇଁ ଦେବୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ । ନବରାତ୍ରିର ଚତୁର୍ଥ ଦିନରେ ମା’ଙ୍କୁ ଦହି ଓ ହଲୱା ଭୋଗ ଲଗାନ୍ତୁ । ଏହାପରେ ତାଙ୍କୁ ଫଳ, ଶୁଖିଲା ମେୱେ ଓ ସୌଭାଗ୍ୟର ଜିନିଷ ଅର୍ପଣ କରନ୍ତୁ । ଏଥିଷର ମାଆ କୁଷ୍ମାଣ୍ଡା ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କ ସବୁ ମନୋସ୍କାମନା ପୂର୍ଣ୍ଣ କରନ୍ତି । ଦେବୀ ମା’ଙ୍କୁ ସତ ମନରେ ସାଧନା କରିଥିଲେ ଜୀବନରେ ଖୁସି ଭରିଯାଇଥାଏ ।
Trending
- ପାଟନା ସିଭିଲ କୋର୍ଟରେ ଗୁଳିକାଣ୍ଡ ମାମଲାରେ ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍
- ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
Prev Post