ମହାପ୍ରଭୁଙ୍କ ରୁକୁଣା ରଥାଯାତ୍ରାକୁ ଆଉ ମାତ୍ର ୧୪ ଦିନ। ପୁଣି ଦୁଇଦିନ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ମନ୍ଦିର ପ୍ରଶାସନର ନିର୍ଦ୍ଦେଶ। ଏହାକୁ ଆଖିରେ ରଖି ରଥଖଳାରେ ପ୍ରାୟ ୬୦ ଜଣ କାରିଗର ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ନିଜକୁ ସମର୍ପି ଦିନରାତି ରଥ ଗଢ଼ିବାରେ ଲାଗିଛନ୍ତି। ପ୍ରଥମେ ରଥର ଚକ ନିର୍ମାଣ କରାଯାଉଛି। ସମସ୍ତ ଚକର ମଝି ଅଂଶ ‘ଗୋଟା’ ତିଆରି ସରିଛି। ଏହାପରେ ୧୦ ଇଞ୍ଚର ‘ଭଦଳିଆ’ ଏବଂ ତା’ଉପରେ ୧୦ ଇଞ୍ଚର ‘ପହି’ ଯୋଡ଼ା ଚାଲିଛି। ଏଥିସହ କିଛି ମହାରଣା ସେବାୟତ ଗୋଟିଏ ଗୋଟିଏ ଚକ ପାଇଁ ୮ଟି ଲେଖାଏ ‘ଅର’ ତିଆରି କରୁଛନ୍ତି। ଆଜି ପ୍ରାୟ ୨ଟି ଚକ ପାଇଁ ଅର ତିଆରି ସରିଛି। ଟାଣଖରା ଓ ଗ୍ରୀଷ୍ମ ଲହରୀକୁ ଖାତିର ନକରି ମହାରଣା ସେବାୟତ କାମ ଜାରି ରଖିଛନ୍ତି। ହେଲେ ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇନାହିଁ। ପ୍ରବଳ ଗରମ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ପଙ୍ଖା ଲଗାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
Trending
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Prev Post
Next Post