ଆପଣମାନେ କେବେ ନା କେବେ ଲକ୍ଷ୍ୟ କରିଥିବେ ଆପଣଙ୍କ ଘରେ କିମ୍ବା ପୂଜା ମଣ୍ଡପରେ ପ୍ରତ୍ୟେକ ପୂଜା ଆରମ୍ଭ ପୂର୍ବରୁ ପୁରୋହିତ ପ୍ରଥମେ ଗଣେଶଙ୍କ ବନ୍ଦନା ପାଠ କରି ପୂଜା କାର୍ଯ୍ୟ ଆରମ୍ଭ କରିଥାନ୍ତି । ହେଲେ କାହିଁକି ଅନ୍ୟ ଦେବାଦେବୀଙ୍କୁ ଛାଡି ପ୍ରଥମେ ପ୍ରଭୁ ଗଣେଶଙ୍କୁ ପୂଜା କରାଯାଏ ? କଣ ଏମିତି ପ୍ରଶ୍ନ ଆପଣଙ୍କ ମନକୁ କେବେ ଆସିଛି କି ?“ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ , ନିର୍ବିଘ୍ନ କୁରୁମେ ଦେବ ସର୍ବ କାର୍ୟ୍ୟେଷୁ ସର୍ବଦା ” ଏହିଭଳି କିଛି ଗଣେଶ ବନ୍ଦନା ବିଭିନ୍ନ ଶୁଭ କାର୍ଯ୍ୟ ଆଗରୁ ପାଠ କରାଯାଏ । ପୁରୋହିତ ସମସ୍ତ ପୂଜା ପ୍ରାରମ୍ଭରୁ ହିଁ ଏହି ଗଣେଶ ବନ୍ଦନାକୁ ପାଠ କରନ୍ତି ଓ ପରେ ଅନ୍ୟ ଦେବାଦେବୀଙ୍କୁ ପୂଜା କରନ୍ତି । ଏହାର କାରଣ ହେଉଛି ଭଗବାନ ଗଣେଶଙ୍କୁ ହିନ୍ଦୁ ଧର୍ମରେ ବିଘ୍ନବିନାଶକ ଭାବରେ ମନାଯାଏ । କୁହାଯାଏ, କୌଣସି ବିଘ୍ନ ଆସୁଥିଲେ ପ୍ରଭୁ ଗଣେଶଙ୍କୁ ତାଙ୍କର ବନ୍ଦନା ପାଠ କରି ସ୍ମରଣ କଲେ ଆସୁଥିବା ବିଘ୍ନର ବିନାଶ ହୋଇଥାଏ । ଏଣୁ ଗଣେଶଙ୍କୁ ବିଘ୍ନ ବିନାଶକ ନାମରେ ମଧ୍ୟ ଡକାଯାଏ ।ସାଧାରଣତଃ ପୂଜାରେ କାଳେ କେଉଁଠି ତ୍ରୁଟି ରହିଯାଇଥିବ ଓ ଏହା ପୂଜାକୁ ଅନର୍ଥ କରିଦେବ, ଏହି ଦୃଷ୍ଟିରୁ ପ୍ରଥମେ ଗଣେଶଙ୍କ ଶରଣ ପଶି ପୂଜା କରାଯାଏ । ଯଦି ପୂଜାରେ କେଉଁଠି ତ୍ରୁଟି ରହିଯାଇଥିବ ତାହେଲେ ଭଗବାନ ଗଣେଶ ସେହି ବିଘ୍ନର ବିନାଶ କରିଥାନ୍ତି । ଏହାପରେ ପୁରୋହିତ ଅନ୍ୟ ଦେବାଦେବୀଙ୍କ ବନ୍ଦନା ପାଠ କରି ପୂଜା କାର୍ୟ୍ୟ କରିଥାନ୍ତି । ଏହି କାରଣରୁ ଗଣେଶଙ୍କ ବନ୍ଦନା ପ୍ରଥମେ ପାଠ କରାଯାଇଥାଏ । ଘର, ଅଫିସ କିମ୍ୱା ଶିକ୍ଷାନୁଷ୍ଠାନର ପ୍ରବେଶ ଦ୍ୱାର ମୁହଁରେ ଗଣେଶଙ୍କୁ ରଖି ପୂଜା କରାଯାଏ ଯାହା ଫଳରେ ଆଗକୁ ଆସୁଥିବା ବିପଦକୁ ପ୍ରଥମେ ଭଗବାନ ଗଣେଶ ଏଡାଇ ଦେଇଥାନ୍ତି ।
Trending
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Prev Post
Next Post