ବିଭିନ୍ନ ଶାସ୍ତ୍ର-ଗ୍ରନ୍ଥରେ ଶ୍ରୀଜଗନ୍ନାଥଙ୍କର ‘ବାରମାସରେ ତେରଯାତ୍ରା’ବର୍ଣ୍ଣନା ଅଛି।ଏହି ବାରଟି ଯାତ୍ରା ହେଉଛି- ସ୍ନାନଯାତ୍ରା, ରଥଯାତ୍ରା, ଶୟନଯାତ୍ରା, ଦକ୍ଷିଣାୟନଯାତ୍ରା, ପାଶ୍ୱର୍ପରିବର୍ତ୍ତନଯାତ୍ରା ଉତ୍ଥାପନଯାତ୍ରା, ପ୍ରାବରଣଯାତ୍ରା, ପୁଷ୍ୟପୂଜାଯାତ୍ରା, ଉତ୍ତରାୟଣଯାତ୍ରା, ଦୋଳଯାତ୍ରା, ଦମନକଯାତ୍ରା ଓ ଚନ୍ଦନଯାତ୍ରା। ଏହା ଜ୍ୟେଷ୍ଠମାସରେ ଆରମ୍ଭ ହୋଇ ବୈଶାଖ ମାସରେ ଶେଷ ହୁଏ। ଶ୍ରୀମନ୍ଦିର ସ୍ୱତ୍ୱଲିପି ବା ଅଧିକାର ଅଭିଲେଖରେ ଦ୍ୱାଦଶଯାତ୍ରାର ଏହି କ୍ରମ ରହିଛି। କିନ୍ତୁ ବାଲୁଙ୍କୀ ପାଠୀଙ୍କ ‘ଯାତ୍ରା ଭାଗବତ’ ଅନୁସାରେ, ଦ୍ୱାଦଶଯାତ୍ରାର ଆରମ୍ଭ ଦୋଳଯାତ୍ରାରୁ ଏବଂ ଶେଷ ଉତ୍ତରାୟଣଯାତ୍ରାରେ।ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା । ସାରା ବିଶ୍ୱକୁ ସ୍ନାନବେଦୀରେ ଦିବ୍ୟଦର୍ଶନ ଦେବେ ମହାପ୍ରଭୁ । ଏହି ଅବସରରେ ଶ୍ରୀମନ୍ଦିରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ ହୋଇଛି ।ନୀତିନିର୍ଘଣ୍ଟ ସୂଚୀ ଅନୁସାରେ ମଙ୍ଗଳାର୍ପଣ ଭୋର ୩ଟା ୩୦ରୁ ଆରମ୍ଭ ହୋଇ ପରେ ପୁଷ୍ପାଞ୍ଜଳି ଏବଂ ଡୋରଲାଗି ନୀତି ହୋଇ ଚତୁର୍ଦ୍ଧାମୁରତିଙ୍କ ପହଣ୍ଡି ଆରମ୍ଭ ୪ଟା ରୁ ୬ଟା ପର୍ଯ୍ୟନ୍ତ ଚାଲିବ । ଏହାପରେ ବିଭିନ୍ନ ପ୍ରକାରର ନୀତି ମଙ୍ଗଳ ଆଳତି, ତଡପ ଲାଗି, ମଇଲମ, ଦ୍ୱାରପାଳ ପୂଜା ସୂର୍ଯ୍ୟ ପୂଜାର ସମ୍ପନ୍ନ ହେବ । ପୂଜାବିଧି ପରେ ଶ୍ରୀଜୀଉମାନଙ୍କୁ ଶହେ ଆଠ ଗରା ସୁଗନ୍ଧିତ ଜଳରେ ରୀତିନୀତି ଅନୁସାରେ ସ୍ନାନ କରାଯିବ । ଶହେ ଆଠ ଗରା ସୁବାସିତ ଜଳରୁ ବଡ ଠାକୁରଙ୍କର ୩୩ ଗଡା, ମହାପ୍ରଭୁଙ୍କ ୩୫ ଗରା, ମା ସୁଭଦ୍ରାଙ୍କର ୨୨ ଗରା ଏବଂ ସୁଦର୍ଶନଙ୍କ ୧୮ ଗରା ସୁଗନ୍ଧିତ ଜଳରେ ସ୍ନାନ କରିବେ ।ସେହିପରି ରୀତିନୀତି ଅନୁସାରେ ଦିନ ୧.୫୦ ଘଟିକା ସୁଦ୍ଧା ମଇଲମ, ମେକାପ ସର୍ବାଙ୍ଗ, ନୂତନ ଲୁଗା ପରିଧାନ ହେବ । ପରେ ଛେରାପହଁରା ସହ ହାତୀବେଶ ଦର୍ଶନ ୨ ଘଟିକା ସମୟରେ ଅନୁଷ୍ଠିତ ହେବ । ପରବର୍ତ୍ତୀ ସହାଣାମେଲା ଦର୍ଶନ ସନ୍ଧ୍ୟା ୬ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଶ୍ରୀଜୀଉଙ୍କୁ ଦର୍ଶନ ଦେବେ । ରାତି ୧ଟାରୁ ୧.୩୦ ପର୍ଯ୍ୟନ୍ତ ରାହୁରେଖା ମଇଲମ ଏବଂ ସୁନା ଚିତା କାର୍ଯ୍ୟକ୍ରମ ରହିଛି । ଏହା ପରେ ଦିଅଁଙ୍କ ହାତୀବେଶ ପାଇଁ ପ୍ରତିବର୍ଷ ପରି ରାଘବଦାସ ମଠରୁ ଚତୁର୍ଦ୍ଧା ମୁର୍ତ୍ତିଙ୍କ ପାଇଁ କିଛି ସାମଗ୍ରୀ ପ୍ରସ୍ତୁତ ଚାଲିଛି । ମହାପ୍ରଭୁଙ୍କ ଏହି ସ୍ନାନ ପୂର୍ଣ୍ଣିମା ଲାଗି ଶ୍ରୀମନ୍ଦିର ଚାରି ପାଖରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଏଥିସହ ୪ କମାଣ୍ଡର, ଏସପିଙ୍କ ସହ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post