ଓଡ଼ିଶାରେ ବାର ମାସ ତେର ପର୍ବ ଭିତରୁ ଖୁଦୁରୁକୁଣୀ ଓଷା ଏକ ପାରମ୍ପରିକ ପର୍ବ। ଏହାକୁ କେହିକେହି ଭାଲୁକୁଣି ଓଷା ତ ଆଉ କିଏ ଢିଙ୍କି ଓଷା ମଧ୍ୟ କୁହନ୍ତି। କୁଆଁରୀ ଝିଅମାନେ ସାଧବ ପରମ୍ପରାକୁ ନେଇ ଭାଇଙ୍କ ଶୁଭମନାସୀ ଭାଦ୍ରବ ମାସରେ ମା’ ଖୁଦୁରୁକୁଣୀଙ୍କ ପୂଜା କରିଥାନ୍ତି। ଓଡ଼ିଶାର କୋଣ ଅନୁକୋଣରେ ଏହି ପୂଜା କରାଯାଇଥାଏ।ରାଜ୍ୟରେ କୁଆଁରୀ ଝିଅମାନେ ଭାଦ୍ରବମାସର ପ୍ରତି ରବିବାର ଦିନ ଏହି ପୂଜା ମାଆ ମଙ୍ଗଳାଙ୍କୁ ପୂଜା କରିଥାଆନ୍ତି। ଅନେକ ଓଡ଼ିଆ ବୋହୂମାନେ ମଧ୍ୟ ଏହି ପର୍ବ ପାଳନ କରିଥାଆନ୍ତି।ଏହି ଖୁଦୁରୁକୁଣୀ ଓଷା ତଅପୋଇର ହୃଦୟସ୍ପର୍ଶୀ କାହାଣୀ। ଗୋପିନାଥ ଦାସଙ୍କ ରଚିତ ଲୋକକଥା ହେଉଛି ଏହି ଓଷା। ଓଡ଼ିଶାର ସାଧବପୁଅମାନେ ପୂର୍ବରୁ ବିଦେଶ ଯାତ୍ରା କରି ବାଣିଜ୍ୟ କରୁଥିଲେ। ସେଠାରୁ ସେମାନେ ଆମ ପ୍ରଦେଶକୁ ଅମାପ ଧନ ସଂପତ୍ତି ଧରି ଆସୁଥିଲେ। ଏହିପରିଭାବେ ଏକ ସାଧବ ପରିବାରର ସାତ ଭାଇ ଯାଉଥିଲେ ବିଦେଶେ ବଣିଜ କରିବା ପାଇଁ ଏବଂ ଘରେ ରହୁଥିଲା ତଅପୋଇ। ଭାଇମାନେ ବିଦେଶ ଗଲାପରେ ସାନ ଭାଉଜଙ୍କୁ ଛାଡି ସମସ୍ତେ ତଅପୋଇକୁ ବିଧବା ବ୍ରାହ୍ମଣୀ କଥାରେ ପଡି କଷ୍ଟ ଦେଇଥିଲେ। ଏହି ସମୟରେ ତାକୁ ଛେଳି ଜଗିବାକୁ ପଡୁଥିଲା। ଦିନେ ଜଙ୍ଗଲରେ ଛେଳି ଘରମଣିକୁ ସେ ହଜାଇ ଦେଇଥିଲା, ଏଥିପାଇଁ ତାଙ୍କ ବଡ଼ ଭାଉଜ ତାକୁ ଘରୁ ତଡିଦେଇଥିଲେ। ଘରମଣିକୁ ନ ଆଣିବା ପର୍ଯ୍ୟନ୍ତ ଘରକୁ ଫେରିବ ନାହିଁ ବୋଲି ତଅପୋଇକୁ ନିର୍ଦ୍ଦେଶ ଦିଆଯାଇଥିଲା।ଏହି ସମୟରେ ସେ ପାଖ ଗ୍ରାମରେ ହେଉଥିବା ଖୁଦୁରୁକୁଣୀ ଓଷା ହେଉଥିବା ବିଷୟରେ ଜାଣିବାକୁ ପାଇଥିଲା ଏବଂ ସେଠାରେ ସେ ମାନସିକ କରିଥିଲା। ଏହାପରେ ସେ ଘରମଣିକୁ ପାଇଥିଲା ଏବଂ ସେ ଭାଇମାନଙ୍କ ପାଇଁ ଖୁଦୁରୁକୁଣୀ ଓଷା କରିଥିଲା। ଏହି ଦିନଠାରୁ ଖୁଦୁରୁକୁଣୀ ଓଷା ଭାଇମାନଙ୍କୁ ଉତ୍ସର୍ଗ କରାଯାଇ ପାଳନ କରାଯାଇଥାଏ।
Trending
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
- ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ହେଲେ ଆଯୋଧ୍ୟା ରାମ ମନ୍ଦିରର CEO
- ଓଡ଼ିଶାରେ କମିଲା PUCC ଜରିମାନା, ଗାଡ଼ି ଅନୁସାରେ ଲାଗିବ ଅଲଗା ଅଲଗା ଜରିମାନା
- ନୂଆ ପୋଲିସ ମୁଖ୍ୟ ଚୟନ ଉପରେ ଜାରି ରହିଲା ସସ୍ ପେନ୍ସ,ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି
Prev Post
Next Post