ଆରମ୍ଭ ହେବ ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ । ଦିନ ଗୋଟାଏରୁ କାମ ଆରମ୍ଭ ହୋଇ ସନ୍ଧ୍ୟା ୭ଟାରେ ଶେଷ ହେବ । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏହି ମରାମତି କାମ କରାଯିବ । ଏଥିପାଇଁ ଶ୍ରୀଜିଉଙ୍କ ପୂଜାବିଧିର ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ରାତି ୩ଟା ୧୪ରେ ଦ୍ବାରଫିଟା ନୀତି ହୋଇଛି। ରାତି ଗୋଟାଏ ୨୬ରେ ହୋଇଥିଲା ରାତ୍ର ପହୁଡ। ପରେ ମଙ୍ଗଳଆଳତି, ତଡପଲାଗି, ଅବକାଶ ନୀତି ପରେ ବେଶ ସମ୍ପନ୍ନ। ସେହିପରି ୧୦ଟାରୁ ୧୧ଟା ୩୦ ମଧ୍ୟରେ ମଧ୍ୟହ୍ନ ଧୂପ, ୧୦ଟା ୩୦ରୁ ଅପରାହ୍ନ ଗୋଟାଏ ମଧ୍ୟରେ ଦ୍ବିତୀୟ ଭୋଗମଣ୍ଡପ ନୀତି କରିଯିବ। ମରାମତି କାର୍ୟ୍ୟ ମାର୍ଚ୍ଚ ୧୯ ତାରିଖ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ମରାମତି କାର୍ୟ୍ୟ ପ୍ରତିଦିନ ମଧ୍ୟାହ୍ନ ଗୋଟାଏରୁ ସନ୍ଧ୍ୟା ୭ଟା ପର୍ୟ୍ୟନ୍ତ ଚାଲିବ । ସେପଟେ ମରାମତି କାମ ପାଇଁ ଯେଭଳି ଦର୍ଶନ ବ୍ୟବସ୍ଥା ବାଧାପ୍ରାପ୍ତ ହେବ ନାହିଁ, ସେଥିପାଇଁ ବ୍ୟବସ୍ଥା ହୋଇଛି ।
Trending
- ରାଜ୍ୟ କ୍ୟାବିନେଟରେ ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର
- ସ୍କୁଲକୁ ବୋମା ଧମକ
- ବିଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ ଉଦ୍ୟମ , ପୁଲିସ କର୍ମୀ ଧସ୍ତାଧସ୍ତି
- ବିଜେଡ଼ି ପକ୍ଷରୁ ବାଲେଶ୍ବର ବନ୍ଦ ଡ଼ାକରା ,ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ
- ଏହା ଆତ୍ମହତ୍ୟା ନୁହେଁ , ଏହା ବିଜେପିର ବ୍ୟବସ୍ଥା ଦ୍ଵାରା ସଂଗଠିତ ହୋଇଥିବା ହତ୍ୟା – ରାହୁଲ ଗାନ୍ଧୀ
- ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ଲକ୍ଷର ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ଆଜି ପୃଥୀବି ପୃଷ୍ଠକୁ ଫେରିବେ ଶୁଭାଂଶୁ ଶୁକ୍ଳା
- ପୈତୃକ ଗାଁ ପଳାସିଆରେ ପହଞ୍ଚିଲା ମୃତ ସୌମ୍ୟାଶ୍ରୀଙ୍କ ମରଶରୀର
- ବାଲେଶ୍ୱର ଏଫଏମ୍ କଲେଜ ନିଲମ୍ବିତ ପ୍ରିନ୍ସିପାଲ ଦିଲୀପ ଘୋଷ ଗିରଫ
- ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Prev Post
Next Post