କଟକ : ଆଜିଠାରୁ ଆରମ୍ଭ ହେଉଛି କଟକ ଐତିହାସିକ ବାଲିଯାତ୍ରା । ମହାମହିମ ରାଷ୍ଟ୍ରପତି ଆଜି ବାଲିଯାତ୍ରା ଉଦଘାଟନ କରିବା ପରେ ଏହା ୪ ତାରିଖ ଯାଏଁ ଚାଲିବ । ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ସାଜିବ କଟକ ଇନ୍ କଟକ୍ ଓ ଫିସ୍ ଟନେଲ । ଯାତ୍ରାରେ ୧୨ ଶହରୁ ଅଧିକ ଷ୍ଟଲ୍ ଖୋଲାଯିବ । ପାର୍କିଂ ସ୍ଥାନରୁ ଯାତ୍ରୀ ଯିବା ଆସିବା ପାଇଁ ସ୍ବତନ୍ତ୍ର ଇ-ରିକ୍ସା ବନ୍ଦୋବସ୍ତ କରାଯାଇଛି । ଭିଡ ନିୟନ୍ତ୍ରଣ ପାଇଁ ୪ ଟି ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । ସବୁଦିନ ସକାଳେ ଆୟୋଜିତ ହେବ ପଥଉତ୍ସବ । ଯାତ୍ରୀଙ୍କ ସୁବିଧା ପାଇଁ ପଡିଆ ମଧ୍ୟରେ ୨୫୦ ଟି ଅସ୍ଥାୟୀ ଟଏଲେଟ୍ ବ୍ୟବସ୍ଥା କରାଯାଇଛି । ବଲିଉଡ୍ ସିଙ୍ଗର ଅନୁ ମଲ୍ଲିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଚଳିତବର୍ଷ ଅଧିକ ପ୍ରଧାନ୍ୟ ଦିଆଯାଇ ଓରମାସ 420ଟି ଷ୍ଟଲ ଦିଆଯାଇଛି ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Next Post