ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଲୀଳାମୟ ଭଗବାନ କୃଷ୍ଣ ଜନ୍ମଗ୍ରହଣ କରିଥିଲେ । ଯେତେବେଳେ ଅଧର୍ମ ବଢ଼ିବଢ଼ି ଚାଲିଥିଲା ସେତେବେଳେ ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟ ରୂପରେ ଧରାବତରଣ କରିଥିଲେ । ସୁତରାଂ ପ୍ରବଳ ପ୍ରତାପୀ କଂସର ପ୍ରକୋପରେ ପୃଥିବୀ ପ୍ରକମ୍ପିତ ହେଉଥିଲା । ଅତିଶୟ ଅନ୍ୟାୟ, ଅଧର୍ମ, ଅତ୍ୟାଚାର ଓ ଅନୀତିରେ ଅତିଷ୍ଠ ଭୁମଣ୍ଡଳ । ଭଗିନୀ ଦେବକୀ ଓ ଭିଣୋଇ ବସୁଦେବଙ୍କୁ ବିବାହପରେ ବିଦାୟ ଦେବା ସମୟରେ ଶୁନ୍ୟବାଣୀ ହେଲା ‘ଦେବକୀର ଅଷ୍ଟମଗର୍ଭ ସନ୍ତାନ ତୋର ବିନାଶ କରିବ’ ।ଶୂନ୍ୟବାଣୀରେ ଭୟଭୀତ କଂସ ଭଗିନୀ ଦେବକୀ ଓ ଭିଣୋଇ ବସୁଦେବଙ୍କୁ କାରଗାରରେ ବନ୍ଦୀକରି ଦେବକୀଙ୍କର ସମସ୍ତ ସନ୍ତାନମାନଙ୍କୁ ନିଧନ କରିବାକୁ ନିଷ୍ପତ୍ତି ନେଲେ । ଭାଦ୍ରକୃଷ୍ଣ ଅଷ୍ଟମୀ ମଧ୍ୟରାତ୍ର, ଦେବକୀଙ୍କର ଅଷ୍ଟମ ଗର୍ଭବେଦନା ଭେଦକରି ଭୂମିଷ୍ଠ ହୋଇଥିଲେ ଭଗବାନ ବାସୁଦେବ(କୃଷ୍ଣ) । ଦୁରାଚାରୀ କଂସର ପ୍ରହରାରତ ବନ୍ଦୀଶାଳାରୁ ପୁତ୍ର ବାସୁଦେବଙ୍କୁ ରକ୍ଷାକରିବା ପାଇଁ ପିତା ବସୁଦେବ ମୁଣ୍ଡଉପରେ ଝୁଡିମଧ୍ୟରେ ରଖି ବାହାରିଲେ ବନ୍ଧୁ ନନ୍ଦରାଜାଙ୍କ ଘରକୁ । ସେତେବେଳେ ଚାରି ମେଘ ଏକାଠି ହୋଇ ପ୍ରଚଣ୍ଡ ବିଜୁଳି ସହ ପ୍ରବଳ ବର୍ଷା ହୋଇଥିଲା ।ସପ୍ତଫେଣୀ ଅନନ୍ତନାଗ ପ୍ରଭୁଙ୍କୁ ବର୍ଷାଦାଉରୁ ରକ୍ଷାକରିବା ପାଇଁ ବସୁଦେବଙ୍କ ଅଗୋଚରରେ ଛତାଭଳି ଘୋଡାଇ ଚାଲିଥିଲେ । ଏହି ସମୟରେ କଂସରାଜାଙ୍କ ଆଜ୍ଞାରେ ପିତା ଉଗ୍ରସେନ କର୍ତ୍ତବ୍ୟରତ ରାତ୍ରି ଜଗୁଆଳି ଭାବେ ବସୁଦେବଙ୍କ ପଥରୋଧ କରନ୍ତି । ଘୋର ଅନ୍ଧକାର ମଧ୍ୟରେ ବିଜୁଳିର ଝଲକ୍ ଆଲୋକରେ ଜ୍ୱାଇଁ ବସୁଦେବଙ୍କୁ ଜାଣିସାରିବା ପରେ ମଧ୍ୟ ଉଗ୍ରସେନ କର୍ତ୍ତବ୍ୟର ଅଙ୍ଗୀକାରବଦ୍ଧ ହୋଇ ବାଟ ଓଗାଳିଥିଲେ । ବସୁଦେବ ଦଣ୍ଡବତ ହୋଇ ଯେତେ ନେହୁରା ହେଲେ ମଧ୍ୟ ଉଗ୍ରସେନ ନଛୋଡ ବନ୍ଧା । ଏହାପରେ ଭଗବାନ କୃଷ୍ଣ ଭକ୍ତ ଉଗ୍ରସେନଙ୍କୁ ତାଙ୍କର ଚତୁର୍ଦ୍ଧାମୂର୍ତ୍ତିର ଦର୍ଶନ କରାଇଥିଲେ । ସେତେବେଳେ ଲମ୍ବହୋଇ ପଡିଲେ ଉଗ୍ରସେନ ।ଶ୍ରୀକୃଷ୍ଣ ତାଙ୍କୁ ମଥୁରାନଗରୀର ଭବିଷ୍ୟତର ରାଜା ହେବାକୁ ପୁଷ୍ପମାଲ୍ୟ ପ୍ରଦାନ କଲେ । ଘନଘୋର ନିଶାରାତିରେ ଏକମାତ୍ର ବଂଶ ପ୍ରଦୀପକୁ ମୁଣ୍ଡଉପରେ ରଖି ବସୁଦେବ ପୂର୍ଣ୍ଣଗର୍ଭା ଯମୁନା ଭିତରକୁ ପାଦ ବଢାଇବାକୁ ସାହସ କରିପାରୁନଥିଲେ । ମାତ୍ର ତାଙ୍କୁ ମୁହୂର୍ତ୍ତକ ପାଇଁ ଆଶ୍ଚର୍ଯ୍ୟ କରିଦେଇ ଶ୍ରୀକୃଷ୍ଣଙ୍କ ଦିବ୍ୟ ଆର୍ଶୀବାଦ ହେତୁ ପୂର୍ଣ୍ଣଗର୍ଭା ନଦୀଟି ବସୁଦେବଙ୍କୁ ବାଟ ଛାଡି ଦେଲା । ବନ୍ଧୁ ନନ୍ଦଙ୍କ ଘରେ ଯଶୋଦଙ୍କ କୋଳରେ ଭଗବାନ କୃଷ୍ଣଙ୍କୁ ଶୁଆଇଦେଇ ଠିକ୍ ଏହିସମୟରେ ସଦ୍ୟଜାତ ଯଶୋଦାଙ୍କ କନ୍ୟା ଯୋଗମାୟାଙ୍କୁ ଧରି ଫେରି ଆସିଲେ । ଏହାପରେ ଫିଟି ଯାଇଥିବା କବାଟ ପୂର୍ବବତ୍ ବନ୍ଦ ହୋଇଗଲା ଓ ହାତ ଓ ପାଦରେ ଶୃଙ୍ଖଳ ପଡିଗଲା ।ଯେତେବେଳେ ଧରାପୃଷ୍ଠରେ ଧର୍ମର ଗ୍ଳାନି ହୋଇ ଅଧର୍ମର ପ୍ରାଦୁର୍ଭବ ବହୁଳ ଭାବେ ବୃଦ୍ଧିପାଏ ସେତେବେଳେ ମୁଁ ପ୍ରକଟ ହୋଇ ଦୁଷ୍ଟମାନଙ୍କୁ ବିନାଶ କରି ସାଧୁମାନଙ୍କୁ ରକ୍ଷାକରି ଧର୍ମର ପୁନଃ ସଂସ୍ଥାପନ କରିଥାଏ । ଦ୍ୱାପର ଯୁଗର ଶେଷ ସମୟରେ ପ୍ରବଳ ପ୍ରତାପୀ କଂସ, ଜରାସନ୍ଧ, ଶିଶୁପାଳ, ଦୁର୍ଯ୍ୟୋଧନ ଭଳି ସ୍ୱେଚ୍ଛାଚାରୀ ରାଜାମାନଙ୍କର ଦୌରାତ୍ମ୍ୟରୁ ସାଧୁଜନମାନଙ୍କୁ ରକ୍ଷା କରିବାପାଇଁ କଂସରାଜା ମଥୁରା ନଗରୀରେ ବନ୍ଦୀଶାଳାରେ ଭଗବାନ ବିଷ୍ଣୁ ଅଷ୍ଟମ ଅବତାର ରୁପେ ଭାଦ୍ରକୃଷ୍ଣ ଅଷ୍ଟମୀ ତିଥିରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଇଥିଲେ । ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଜନ୍ମାଷ୍ଟମୀ ଭାବେ ପାଳନକରାଯାଏ ।
Trending
- ଗାନ୍ଧୀ ମାର୍ଗରେ ପତକା ଉତ୍ତଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ତିତିକ୍ଷା ଓ ବଳିଦାନକୁ ସ୍ମରଣ କଲେ
- ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ୧ କୋଟି ଯୁବକଙ୍କୁ AI ଟ୍ରେନିଂ ଓ ମାଗଣା କୋଚିଂ
- ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ବିଶ୍ୱର ଦ୍ରୁତତମ ବିକାଶଶୀଳ ପ୍ରମୁଖ ଅର୍ଥନୀତି ଭାବେ ଉଭା ହୋଇଛି ଭାରତ
- ଆଜି ଦେଶ ପାଳୁଛି ୮୦ତମ ସ୍ବାଧୀନତା ଦିବସ,ଦେଶବ୍ୟାପୀ ଉତ୍ସବର ମାହୋଲ୍
- ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି, ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ଦେଶ ବିରୋଧରେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ନିଷ୍ପତ୍ତିକୁ କଲେ ପ୍ରଶଂସା
- ବିପଦ ସଂକେତ ଅତିକ୍ରମ କଲା ବୁଢାବଳଙ୍ଗ,ବାଲେଶ୍ବରରେ ଲୋକ ମାନଙ୍କୁ ସ୍ଥାନାନ୍ତରିତ ଆରମ୍ଭ
- ମୁକ୍ତିକୁ ଅପେକ୍ଷା କରିଥିବା ଦାରା ସିଂ ନିରାଶ,ମୁକ୍ତି ଉପରେ କରାଯିବ ପୁନର୍ବିଚାର
- ତାଳଚେର-ପୁରୀ ଏକ୍ସପ୍ରେସ ଲାଇନଚ୍ୟୁତ
- ୮୦ତମ ସ୍ୱାଧୀନତା ଦିବସର ଠିକ୍ ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
- ଭୁବନେଶ୍ବର ବିମାନବନ୍ଦରରେ ହଙ୍ଗାମା,୩ ଘଣ୍ଟା ଅପେକ୍ଷା ପରେ ଫ୍ଲାଇଟ୍ ବାତିଲ