ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ମହାଶିବରାତ୍ରି ଭାବରେ ପ୍ରସିଦ୍ଧ। ଏହି ତିଥିରେ, ଦିନରେ ଉପବାସ ଏବଂ ରାତିରେ ଉଜାଗର ରହି ବ୍ରତପାଳନ କରାଯାଏ। ଏ ନେଇ ଅନେକ ବ୍ରତକଥା ଓଡ଼ିଆରେ ଅଛି। ସେଥିମଧ୍ୟରୁ ଦୁଇଟି ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ତାହା ସୂଚାଏ, ନ ଜାଣି ବ୍ରତବିଧି ପାଳନ କଲେ ଯେପରି ପୁଣ୍ୟ ହୁଏ, ନ ଜାଣି ଶିବଙ୍କର ଅବମାନନା କଲେ ମଧ୍ୟ ସେହିପରି ପାପ ହୁଏ। ଏଥିରୁ ଗୋଟିଏ ବ୍ରତକଥାରେ ପାପକର୍ମା ନାମକ ଏକ ଶବରର କଥା କୁହାଯାଇଛି। ଦିନେ ସେ ଶିକାର କରି ଫେରିବା ବେଳେ ବାଟରେ ରାତି ହୋଇଗଲା ଏବଂ ବର୍ଷା ବି ହେଲା। ପ୍ରାଣଭୟରେ ସେ ଗୋଟିଏ ଗଛରେ ଚଢ଼ିଗଲା। ବାଘଟିଏ ତାକୁ ଦେଖି ଗଛ ମୂଳେ ଜଗି ରହିଲା। ତେଣୁ ଭୟରେ ନ ଶୋଇ ସେ ରାତିସାରା ଚେଇଁ ରହିଲା ଏବଂ ଗଛରୁ ଗୋଟିଏ ଗୋଟିଏ ଡାଳ ଭାଙ୍ଗି ତଳକୁ ପକାଇବାରେ ଲାଗିଲା।ପୁଷ୍କରିଣୀରେ ସ୍ନାନ କଲା ବେଳେ କୂଳରେ ପଡ଼ିଥିବା ଖଣ୍ଡିଏ ଶିଳାରେ ସେ ପାଦ ଘଷିଥିଲେ। ସେ ଜାଣି ନଥିଲେ, ଯେ ସେଇଟି ଥିଲା ଶିବ ମନ୍ଦିରର ଗୋଟିଏ ଶିଳା। ପରଦିନ ତାଙ୍କର ସର୍ପାଘାତରେ ମୃତ୍ୟୁ ହେଲା ଏବଂ ଅଜାଣତରେ କରିଥିବା ସେହି ପାପ ଯୋଗୁଁ ଦଣ୍ଡ ସ୍ୱରୂପ ସେ ସେହି ପୋଖରୀ କୂଳର ବରଗଛରେ ପିଶାଚ ହୋଇ ରହିଲେ।କୃଷ୍ଣଶର୍ମାଙ୍କୁ ସେହି ଦଣ୍ଡ ଦେବାବେଳେ ଯମରାଜ କହିଥିଲେ, ଯଦି କେହି ଆସି ସେଠାରେ ଶିବରାତ୍ରି ବ୍ରତ କରି, ସେହି ବ୍ରତର ଫଳ କୃଷ୍ଣଶର୍ମାଙ୍କୁ ଦାନ କରିବେ, ତେବେ ସେ ପିଶାଚ ଜନ୍ମରୁ ମୁକ୍ତ ହେବେ। ପରେ, ନିରଘ ନାମକ କୃଷ୍ଣଶର୍ମାଙ୍କର ଜଣେ ଶିଷ୍ୟ ସେଠାକୁ ଆସି, ସେଠାରେ ଶିବରାତ୍ରି ବ୍ରତ କଲେ ଏବଂ ତାଙ୍କୁ ନିଜର ବ୍ରତଫଳ ପ୍ରଦାନ କଲେ। ଫଳରେ ସେ ପିଶାଚ ଜନ୍ମରୁ ମୁକ୍ତି ପାଇଲେ।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Prev Post
Next Post