ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ମହାଶିବରାତ୍ରି ଭାବରେ ପ୍ରସିଦ୍ଧ। ଏହି ତିଥିରେ, ଦିନରେ ଉପବାସ ଏବଂ ରାତିରେ ଉଜାଗର ରହି ବ୍ରତପାଳନ କରାଯାଏ। ଏ ନେଇ ଅନେକ ବ୍ରତକଥା ଓଡ଼ିଆରେ ଅଛି। ସେଥିମଧ୍ୟରୁ ଦୁଇଟି ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ତାହା ସୂଚାଏ, ନ ଜାଣି ବ୍ରତବିଧି ପାଳନ କଲେ ଯେପରି ପୁଣ୍ୟ ହୁଏ, ନ ଜାଣି ଶିବଙ୍କର ଅବମାନନା କଲେ ମଧ୍ୟ ସେହିପରି ପାପ ହୁଏ। ଏଥିରୁ ଗୋଟିଏ ବ୍ରତକଥାରେ ପାପକର୍ମା ନାମକ ଏକ ଶବରର କଥା କୁହାଯାଇଛି। ଦିନେ ସେ ଶିକାର କରି ଫେରିବା ବେଳେ ବାଟରେ ରାତି ହୋଇଗଲା ଏବଂ ବର୍ଷା ବି ହେଲା। ପ୍ରାଣଭୟରେ ସେ ଗୋଟିଏ ଗଛରେ ଚଢ଼ିଗଲା। ବାଘଟିଏ ତାକୁ ଦେଖି ଗଛ ମୂଳେ ଜଗି ରହିଲା। ତେଣୁ ଭୟରେ ନ ଶୋଇ ସେ ରାତିସାରା ଚେଇଁ ରହିଲା ଏବଂ ଗଛରୁ ଗୋଟିଏ ଗୋଟିଏ ଡାଳ ଭାଙ୍ଗି ତଳକୁ ପକାଇବାରେ ଲାଗିଲା।ପୁଷ୍କରିଣୀରେ ସ୍ନାନ କଲା ବେଳେ କୂଳରେ ପଡ଼ିଥିବା ଖଣ୍ଡିଏ ଶିଳାରେ ସେ ପାଦ ଘଷିଥିଲେ। ସେ ଜାଣି ନଥିଲେ, ଯେ ସେଇଟି ଥିଲା ଶିବ ମନ୍ଦିରର ଗୋଟିଏ ଶିଳା। ପରଦିନ ତାଙ୍କର ସର୍ପାଘାତରେ ମୃତ୍ୟୁ ହେଲା ଏବଂ ଅଜାଣତରେ କରିଥିବା ସେହି ପାପ ଯୋଗୁଁ ଦଣ୍ଡ ସ୍ୱରୂପ ସେ ସେହି ପୋଖରୀ କୂଳର ବରଗଛରେ ପିଶାଚ ହୋଇ ରହିଲେ।କୃଷ୍ଣଶର୍ମାଙ୍କୁ ସେହି ଦଣ୍ଡ ଦେବାବେଳେ ଯମରାଜ କହିଥିଲେ, ଯଦି କେହି ଆସି ସେଠାରେ ଶିବରାତ୍ରି ବ୍ରତ କରି, ସେହି ବ୍ରତର ଫଳ କୃଷ୍ଣଶର୍ମାଙ୍କୁ ଦାନ କରିବେ, ତେବେ ସେ ପିଶାଚ ଜନ୍ମରୁ ମୁକ୍ତ ହେବେ। ପରେ, ନିରଘ ନାମକ କୃଷ୍ଣଶର୍ମାଙ୍କର ଜଣେ ଶିଷ୍ୟ ସେଠାକୁ ଆସି, ସେଠାରେ ଶିବରାତ୍ରି ବ୍ରତ କଲେ ଏବଂ ତାଙ୍କୁ ନିଜର ବ୍ରତଫଳ ପ୍ରଦାନ କଲେ। ଫଳରେ ସେ ପିଶାଚ ଜନ୍ମରୁ ମୁକ୍ତି ପାଇଲେ।
Trending
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Prev Post
Next Post