ଆଜି ମହାନବମୀ ପୂଜା

ଆସନ୍ତାକାଲି ବିଜୟା ଦଶମୀ

ଆଜି ମଣ୍ଡପରେ ମହାନବମୀ ପୂଜା ହେଉଛି । ଶକ୍ତି ପୀଠରେ ବିଶ୍ରାମ । ମାଆଙ୍କ ଆବାହନରେ କମ୍ପୁଛି ପୂଜା ମଣ୍ଡପ । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ଶ୍ରଦ୍ଧାଳୁଙ୍କ ଗହଳି ଚହଳି ଲାଗି ରହିଛି । ରାତିରୁ ପାରମ୍ପରିକ ନୀତିରେ ମାଆଙ୍କ ପୂଜା ଚାଲିଛି ।ଆସନ୍ତାକାଲି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ । ଅଧର୍ମ ଉପରେ ଧର୍ମର ବିଜୟ । ଦଶହରା ଦିନ ରାବଣପୋଡିର ପରମ୍ପରା ରହିଛି । ବିଜୟା ଦଶମୀ ପରେ ଧରାପୃଷ୍ଠରୁ ମେଲାଣି ନେବେ ଦୁର୍ଗତିନାଶିନୀ ।