କାର୍ତ୍ତିକା ଶୁକ୍ଳ ତ୍ରୟୋଦଶୀ ତଥା ପଞ୍ଚୁକର ତୃତୀୟ ଦିନରେ ବଡ଼ ଓଷା ପାଳନ କରାଯାଇଥାଏ । ଧର୍ମମାସ କାର୍ତ୍ତିକର ଏହା ହେଉଛି ଏକ ବଡ଼ ପର୍ବ । ତେବେ ଆଜିର ଦିନରେ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବ ଧବଳେଶ୍ୱର । ପ୍ରଭୁ ଧବଳେଶ୍ୱର ମନ୍ଦିରର ଏକ ବହୁପୁରାତନ ପରମ୍ପରା ଭାବେ ଚାଲିଆସୁଛି ଏହି ପର୍ବ । ତେବେ ଆଜିର ଏହି ବେଶ ଦର୍ଶନ କରିବା ପାଇଁ ମନ୍ଦିରରେ ଭୋରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।ତେବେ ବିଶ୍ୱାସ ରହିଛି ଏହି ଏକାଦଶୀରେ ନିଦ୍ରାଯାଇଥିବା ଦେବତାମାନେ ମଧ୍ୟ ନିଦ୍ରାତ୍ୟାଗ କରିଥାନ୍ତି । ଏପରିକି ପଦ୍ମପୁରାଣରେ ଏହାର ମହାତ୍ମ୍ୟ ମଧ୍ୟ ଉଲ୍ଲେଖ ଅଛି । ପ୍ରବାଦ ରହିଛି, ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତ ହେବା ପାଇଁ ଇନ୍ଦ୍ରଦେବ ପ୍ରଭୁ ଧବଳେଶ୍ୱରଙ୍କ ନିକଟରେ ବଡ଼ ଓଷା ବ୍ରତ ରଖି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମହାନଦୀରେ ବୁଡ଼ ପକାଇଥିଲେ । ଫଳରେ ବ୍ରହ୍ମାଙ୍କ ଅଭିଶାପ ୪ୟ ହୋଇଥିଲା ବୋଲି ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି । ତେଣୁ ବଡ଼ଓଷା ଏବଂ କାର୍ତ୍ତିକବ୍ରତ କରିଥିବା ଶ୍ରଦ୍ଧାଳୁ ଏବଂ ଭକ୍ତମାନେ ଆଜି ଦବଳେଶ୍ୱର ପୀଠକୁ ଆସି ନିଜର ମନସ୍କାମନା ପୂର୍ଣ୍ଣ କରିବାପାଇଁ ପ୍ରାର୍ଥନା କରିଥାନ୍ତି ।ତେବେ ଆଜି ଭୋର ୩ଟାରେ ଦ୍ୱାର ଫିଟାଯାଇ ୧୦୮ ଗରା ଜଳରେ ପ୍ରଭୁଙ୍କର ସ୍ନାନ କରାଯାଇଥିଲା । ପରେ ମଇଲମ,ମଙ୍ଗଳ ଆଳତୀ, ଆଦି ସମସ୍ତ ନୀତିକାନ୍ତି ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଛଡ଼ାଯାଇଥିଲା । ତେବେ ମଧ୍ୟରାତ୍ରିରେ ଗଜା ଭୋଗ ହେବା ପରେ ଏହି ଭୋଗ ଏବଂ ତରଣ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବିତରଣ କରାଯିବ । ତେବେ ଗତକାଲି ପୂଜକ ସମିତି ଧାରଣା ଦେବା କାରଣରୁ ଭକ୍ତମାନେ ଦର୍ଶନରୁ ବଞ୍ଚିତ ଥିଲେ । ତେଣୁ ଆଜି ସକାଳୁ ଭକ୍ତମାନେ ମୁଖ୍ୟଦ୍ୱାର ଭାଙ୍ଗି ବାବାଙ୍କୁ ଦର୍ଶନ କରିଛନ୍ତି । ଭିନ ଅଣାୟତ୍ତ ହେବା ଯୋଗୁଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଏତି ସହିତ ନଦୀଘାଟରେ ଓଡ୍ରାଫ ଟିମ, ଅଗ୍ନିଶମ ବାହିନୀ ଏବଂ ମେଡିକାଲ ଟିମ ମଧ୍ୟ ମୁତୟନ କରାଯାଇଛି ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Next Post