ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ରଥ ଉପରେ ଆଜିର ଦୈନନ୍ଦିନ ନୀତି ସଂପନ୍ନ ହୋଇଛି। ରଥଟଣା ଦିନ ଆଡ଼ପପହଣ୍ଡି ପରମ୍ପରା-ବିରୋଧୀ ଥିବାରୁ ମଙ୍ଗଳବାର ଅପରାହ୍ଣରେ ଚତୁର୍ଦ୍ଧାବିଗ୍ରହଙ୍କ ଆଡ଼ପପହଣ୍ଡି ଅନୁଷ୍ଠିତ ହେବ। ଗୋଟି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ଆଡ଼ପମଣ୍ଡପ (ଜନ୍ମବେଦି)କୁ ବିଜେ କରିବେ। ଆଜି ୫ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ଏକାଠି ହୋଇ ରଥ ଟାଣିବା ସହ ରଥାରୂଢ଼ ମହାବାହୁଙ୍କ ଦିବ୍ୟ ଦର୍ଶନର ସାନ୍ନିଧ୍ୟ ଲାଭ କରିଛନ୍ତି।ଗତକାଲି ରଥଟଣାରେ ବିଳମ୍ବ କାରଣରୁ ତାଳଧ୍ବଜ ରଥ ମରିଚିକୋଟ ଛକରେ, ଦର୍ପଦଳନ ରଥ ଶ୍ରୀନଅର ଆଗରେ ଓ ନନ୍ଦିଘୋଷ ରଥ ବଡ଼ଆଖଡ଼ା ମଠ ଆଗରେ ଅଟକି ରହିଥିଲେ। ଏଣୁ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ଦର୍ଶନ ପାଇଁ ଭକ୍ତମାନେ ରଥ ପାଖରେ ଗହଳି ଲଗାଇଥିଲେ। ଆଜି ସକାଳୁ ରଥ ଉପରେ ମଙ୍ଗଳ ଆଳତି ସହ ତଡ଼ପଲାଗି, ଅବକାଶ ପୂଜା ଓ ବେଶ ଶେଷ ପରେ ସକାଳ ପ୍ରାୟ ୯ଟା ୨୦ରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ତାଳଧ୍ବଜ, ପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥ ଟଣାଯାଇଥିଲା। ଭକ୍ତଙ୍କ ମେଳରେ ମଧ୍ୟାହ୍ନ ପ୍ରାୟ ୧୨ଟା ୩୫ରେ ତାଳଧ୍ବଜ ରଥ, ଅପରାହ୍ଣ ପ୍ରାୟ ୧ଟା ୪୦ରେ ଦର୍ପଦଳନ ରଥ ଓ ୨ଟା ୩୫ରେ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ। ତିନି ରଥ ପହଞ୍ଚିବା ପରେ ରଥ ଉପରେ ଅନ୍ୟାନ୍ୟ ନୀତି ଆରମ୍ଭ ହୋଇଥିଲା।
Trending
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
Prev Post
Next Post