ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥ ଯାତ୍ରା । ଏଥିପାଇଁ ପ୍ରସ୍ତୁତ ରହିଛି ରଥ ପଥ, ପ୍ରସ୍ତୁତ ଅଛି ପ୍ରଶାସନ ଏବଂ ଭକ୍ତିଭାବରେ ବିଭୋର ହୋଇ ଉଠିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଦୀର୍ଘ ବର୍ଷକ ପରେ ଆଜି ଦେଉଳରୁ ବାହାରି ଭକ୍ତଙ୍କ ଦୁଃଖ ବୁଝିବାକୁ ଆସୁଛନ୍ତି ବାବା ଲିଙ୍ଗରାଜ । ଏଥିପାଇଁ ଲିଙ୍ଗରାଜ ମନ୍ଦିରରୁ ମାଉସୀମା’ ମନ୍ଦିର ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଭିଡ଼ ଦେଖିବାକୁ ମିଳିଛି ।ଏହି ପରିପ୍ରେକ୍ଷୀରେ ରୁକୁଣା ରଥଯାତ୍ରା ସମ୍ପର୍କରେ ସମ୍ୟକ ଆଲୋଚନାର ଆବଶ୍ୟକତା ରହିଛି । ରୁକୁଣା ରଥଯାତ୍ରା ଶ୍ରୀପଞ୍ଚମୀ ଦିନଠାରୁ ଆରମ୍ଭ ହୋଇଥାଏ । ସୂକ୍ଷେ୍ମଶ୍ୱର ମନ୍ଦିର ନିକଟସ୍ଥ ଆମ୍ବତୋଟାର ଏକ ଆମ୍ବ ଗଛରୁ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ହେବା ପରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପକ୍ଷରୁ ଏକ କୁରାଢ଼ୀରେ ଆମ୍ବଗଛରୁ ଏକ କ୍ଷୁଦ୍ର କାଠ ଆସିଥାଏ । ସେହି କାଠ ସର୍ବପ୍ରଥମେ ରଥ ନିର୍ମାଣ କାର୍ୟ୍ୟରେ ଲାଗିଥାଏ । ମାଘ ସପ୍ତମୀ ଦିନ ରାତ୍ରର ଦ୍ୱିତୀୟ ପ୍ରହରରେ ବ୍ରହ୍ମେଶ୍ୱର ପାଟଣାସ୍ଥିତ ଭାସ୍କରେଶ୍ୱର ମନ୍ଦିରରୁ ରଥମାପ ଓ ଭାସ୍କରେଶ୍ୱର ମନ୍ଦିରର ଉତ୍ତରରେ ଥିବା ରଥ ଚକଡ଼ାରୁ ରଥ ମାପ ଆଣିବାପରେ ରଥ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଥାଏ । ମହାପ୍ରଭୁ ଜଗନ୍ନାଥଙ୍କ ରଥ ଭଳି ମହାପ୍ରଭୁ ଲିଙ୍ଗରାଜଙ୍କ ରଥରେ ସମ୍ପୂର୍ଣ୍ଣ ନୂଆ କାଠ ଲାଗିନଥାଏ । ଏଥିରେ ଅନେକ କାଠ ପୂର୍ବବର୍ଷର ହୋଇଥାଏ । ତେବେ ରଥର ଚକଗୁଡ଼ିକ ସମ୍ପୂର୍ଣ୍ଣ ନୂଆ ହୋଇଥିବା ବେଳେ ମାଘ ସପ୍ତମୀରୁ ଚୈତ୍ର ସପ୍ତମୀ ପର୍ୟ୍ୟନ୍ତ ରଥ ନିର୍ମାଣ କରାଯାଇଥାଏ ।ପ୍ରତିବର୍ଷ ଚୈତ୍ରମାସ ଶୁକ୍ଲ ଅଷ୍ଟମୀ ତିଥିରେ ପାଞ୍ଚଦିନ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ମାଉସୀ’ମା ମନ୍ଦିରକୁ ଯାଇଥା’ନ୍ତି । ପୁରାଣ ଅନୁଯାୟୀ, ଏହି ରଥଯାତ୍ରା ସହିତ ଶ୍ରୀରାମଚନ୍ଦ୍ରଙ୍କ ନିଘନ ସମ୍ପର୍କ ରହିଛି । ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ବହୁ ଚେଷ୍ଟା କରି ରାବଣକୁ ଯୁଦ୍ଧରେ ପରାସ୍ତ କରିପାରୁନଥିଲେ । ବିଭୀଷଣଙ୍କ ପରାମର୍ଶ ଅନୁଯାୟୀ ପ୍ରଭୁ ରାମଚନ୍ଦ୍ର ଦେବୀ ଦୁର୍ଗାଙ୍କୁ ପୂଜା କରି ସନ୍ତୁଷ୍ଟ କରିଥିଲେ । ପରେ ଚୈତ୍ର ଶୁକ୍ଲ ଅଷ୍ଟମୀ ଦିନ ପ୍ରଭୁ ରାମଚନ୍ଦ୍ର ଲଙ୍କାର ରାବଣକୁ ବଧ କରିଥିଲେ । ବିଜୟପ୍ରାପ୍ତିର ଉତ୍ସାହରେ ରାମଚନ୍ଦ୍ର ଶିବ ଓ ଶିବଦୁର୍ଗାଙ୍କୁ ରଥରେ ବସାଇ ସେହିଦିନ ବିଜୟ ଉତ୍ସବ ପାଳନ କରିଥିଲେ । ସେହି ବିଜୟଯାତ୍ରାର ସ୍ମାରକ ବହନ ପୂର୍ବକ ପବିତ୍ର ଅଶୋକାଷ୍ଟମୀ ତିଥିରେ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର ଓ ପାର୍ବତୀ ରଥରେ ବସି ରାମଙ୍କ ଦ୍ୱାରା ନିର୍ମିତ ରାମେଶ୍ୱର ମନ୍ଦିରକୁ ଯାତ୍ରା କରିଥା’ନ୍ତି ।
Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Prev Post