ଆସିଲା ରିପୋର୍ଟ , କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ଆଡପ ପହଣ୍ଡି ବେଳେ ବଡ ଠାକୁର ପଡିବା ପଛର କାରଣ କଣ? ଏନେଇ ସାମନାକୁ ଆସିଛି ସାଂଘାତିକ ତଥ୍ୟ? ସ୍ପଷ୍ଟ ହୋଇଛି ପ୍ରଶାସନ ଓ ସେବାୟତଙ୍କ ତ୍ରୁଟି ଯୋଗୁଁ କେମିତି ପଡିଯାଇଥିଲେ ବଳଭଦ୍ର।ଆଡପ ପହଣ୍ଡି ବିଜେ ବେଳେ ବଡ ଠାକୁର ପଡିଯିବା ପଛର କାରଣକୁ ନେଇ ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି। ଆବଶ୍ୟକଠାରୁ ଅଧିକ ସଂଖ୍ୟକ ସେବକ ରଥରେ ଚଢିବା ଓ ବିଡ଼ିଆ ମଣୋହି ନୀତି ବିଳମ୍ବ ଯୋଗୁ ୪୫ ମିନିଟ୍ ରଥରେ ଠାକୁର ଅଟକି ରହିଥିବାରୁ ଏତେ ବଡ଼ ଅଘଟଣ ଘଟିଥିଲା। ଏହି ପ୍ରସଙ୍ଗରେ ୩ ଜଣିଆ ତଦନ୍ତକାରୀ କମିଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି।ଆସନ୍ତା ପରିଚାଳନା କମିଟି ବୈଠକରେ ରିପୋର୍ଟ ଉପସ୍ଥାପନ ହେବ ଓ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।