ପୁରୀ:ପୁରୀ ଶ୍ରୀମନ୍ଦିରର ନାଟ ମଣ୍ଡପ ଭିତର ଫଟା ବିମ୍କୁ ତୁରନ୍ତ ମରାମତି କରାଯାଉ ବୋଲି ହାଇକୋର୍ଟରେ ତଥ୍ୟ ଦିଆଯାଇଛି। ନଚେତ ଯେକୌଣସି ସମୟରେ ଆକସ୍ମିକ ଦୁର୍ଘଟଣା ହୋଇପାରେ। ହାଇକୋର୍ଟରେ ଆମିକସ୍ କ୍ୟୁରି ଇଂଜିନିୟର୍ ଏନ୍କେ ମହାନ୍ତି ଏଭଳି ତଥ୍ୟ ରଖିଛନ୍ତି। ସେ ଦେଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ ଅଗଷ୍ଟ ୧୧ରେ ମରାମତି ଓ ସଂରକ୍ଷଣ କାର୍ଯ୍ୟ ପ୍ରସଙ୍ଗରେ ଏଏସ୍ଆଇ କର୍ତ୍ତୃପକ୍ଷ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ। ନାଟମଣ୍ଡପର ଫାଟି ଯାଇଥିବା ବିମ୍ ମରାମତି ପ୍ରସଙ୍ଗରେ ଆମିକସ୍ କ୍ୟୁରି ମଧ୍ୟ ପୂର୍ବରୁ ଏଏସ୍ଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିଥିଲେ। ୨୦୧୮ ଅଗଷ୍ଟରୁ ଏହି ପ୍ରସଙ୍ଗ ବିଚାରାଧୀନ ରହିଛି।
Trending
- ଲଗାତାର ୩୦ ଦିନ ଧରି ଗିରଫ ହେବା ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ପଦ ହରାଇପାରନ୍ତି
- ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ
- ନବୀନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
- ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମାରିଥିଲେ ଚାପୁଡ଼ା
- କୋଟା-ବୁନ୍ଦି ଠାରେ ଆନୁମାନିକ ୧୫୦୭ କୋଟି ଟଙ୍କା ବ୍ୟୟରେ ଗ୍ରିନ୍ ଫିଲ୍ଡ ବିମାନ ବନ୍ଦର
- ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା
- କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ
- ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି
- ୬ଥାକିଆ ହେବ ଭୁବନେଶ୍ବର ବାଇପାସ୍ ରୋଡ୍
- ଇଣ୍ଡି ମେଣ୍ଟ ତରଫରୁ ସୁଦର୍ଶନ ରେଡ୍ଡୀ ଉପରାଷ୍ଟ୍ରପତି ପ୍ରାର୍ଥୀ, କିନ୍ତୁ ଜିତିବେ ଏନଡିଏ ପ୍ରାର୍ଥୀ !