୭୬ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୱାର ମେମୋରିଆଲରେ ପହଞ୍ଚି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କ ସହ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ୩ ସେନାର ମୁଖ୍ୟ ମଧ୍ୟ ଏଠାରେ ପହଞ୍ଚି ବୀର ଜବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।ଏହା ପୂର୍ବରୁ ୧୪ ତାରିଖ ସଂଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି ।
୧୭ ମିନିଟରେ ସମ୍ବୋଧନରେ ରାଷ୍ଟ୍ରପତି କହିଥିଲେ କି ଦେଶର ମାଟି କେବଳ ଗଣତନ୍ତ୍ର ସହ ଯୋଡି ହୋଇନି ବଂର ବେଶ ସମୃଦ୍ଧ ମଧ୍ୟ ଅଟେ । ଆମ ପାଖରେ ଯାହା କିଛି ରହିଛି ସେସବୁ ମାତୃଭୂମିର ଦାନ ଅଟେ । ଏଥିପାଇଁ ଦେଶର ସୁରକ୍ଷା, ପ୍ରଗତି ଓ ସମୃଦ୍ଧି ପାଇଁ ଦେଶବାସୀ ସଂକଳ୍ପ ନିଅନ୍ତୁ ।